ତ୍ରିଶୁଳିଆ: କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବାରଙ୍ଗ ୪୮ମଣ୍ଡଳ ପକ୍ଷରୁ ହୋଇଆସୁଥିବା ସଂକୀର୍ତ୍ତନ ସମାରୋହ ଉଦ୍ଯାପିତ ହୋଇଯାଇଛି। ପୁରୁଣା ବାରଙ୍ଗଠାରେ ଗୁରୁବାର ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଦଶ ଗାଁର ସଂକୀର୍ତ୍ତନ ମଣ୍ଡଳ ସାମିଲ୍ ହୋଇଥିଲେ। ଦାଢ଼ାପାଟଣା, ଦେଉଳି, ମଧୁପୁର, ନୟାପାଟଣା, ଆମ୍ବବରେଇ, ପୁପାଳ, ଚଣ୍ତୀପ୍ରସାଦ, ନରଣପୁର, ବ୍ରାହ୍ମଣୀଗାଁ ଓ ବେଲଗଛିଆ ଆଦି ସଂକୀର୍ତ୍ତନ ମଣ୍ଡଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ନରଣପୁର ମଣ୍ଡଳର ଶିଶୁ ଗାୟକ ସ୍ବାଧୀନ ସାହୁ(୧୦) ଓ ସାଇ ଶୁଭମ୍ ନାୟକ(୬)ଙ୍କ ଗୀତ, ତାଳ ଓ ନୃତ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା। ତେଣୁ ସ୍ବର୍ଗତ ମହେଶ୍ବର ନାୟକଙ୍କ ସ୍ମୃତିରେ ନରଣପୁର ମଣ୍ତଳକୁ ସିଲ୍ଡ ସହିତ ପ୍ରଶଂସାପତ୍ର ଏବଂ ଦେଉଳି ମଣ୍ତଳକୁ କପ୍ ସହିତ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
ଓଡ଼ିଆ ପ୍ରାଚୀନ ପରମ୍ପରାକୁ ବଜାୟ ରଖିବା ପାଇଁ ହୋଇଆସୁଥିବା ଏହି ସଂକୀର୍ତ୍ତନ ସମାରୋହ ଅତି ପ୍ରଶଂସନୀୟ ବୋଲି ଉଦ୍ଯାପନୀ ଉତ୍ସବର ମୁଖ୍ୟ ଅତିଥି ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କହିଥିଲେ। ମହନ୍ତ ଡ. କିଶୋର ଚନ୍ଦ୍ର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅଡ଼ଚାଳିଶ ଉପଦେଷ୍ଟା ଆର୍ତ୍ତଚନ୍ଦ୍ର ବିଶ୍ବାଳ, ସନାତନ ସ୍ବାଇଁ, ରାମଚନ୍ଦ୍ର ରାଉତ, ଜନକ ବେଉରା, ପ୍ରଭାତ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଡ. ଅର୍ଜୁନ ମହାରଣା, ଶିଶିର ସ୍ବାଇଁ, ଉମେଶ ବସ୍ତିଆ, ଚନ୍ଦନ ସାହୁ, ଲକ୍ଷ୍ମୀଧର ଦାସ, ତୁଷାରକାନ୍ତ ଚକ୍ରବର୍ତ୍ତୀ ଓ ପବିତ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଣ୍ତଳ ସମ୍ପାଦକ ଇଂ ପୂର୍ଣ୍ଣଚନ୍ଦ୍ର ବେଉରାଙ୍କ ପ୍ରସ୍ତାବକ୍ରମେ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ବିଷ୍ଣୁ ଚରଣ ବିଶୋଇ, ସୁରେନ୍ଦ୍ର ମିଶ୍ର, ବିଷ୍ଣୁ ଚରଣ ବେହେରା, ବଳରାମ ନାୟକ, ମୁକୁନ୍ଦ ସାମନ୍ତରାୟ ଓ ବାରଙ୍ଗ ଅଞ୍ଚଳର ଯୁବକମାନେ ବିଶେଷ ସହଯୋଗ କରିଥିଲେ। ସନ୍ତୋଷ ପାଣି ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/39-7.jpg)