କଟକ: ଷ୍ଟାଡିୟମ ନିକଟ ଇଲେକ୍ଟ୍ରି ଅଫିସ ସାମନାରେ ଟିକଟ କଳାବଜାରୀ କରୁଥିଲେ ଦଲାଲ। ଗ୍ୟାଲେରି ଟିକଟ ଗୁଡ଼ିକ ୫ରୁ ୬ ଗୁଣା ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ୭୦୦ରୁ ୧୨ ଶହ ଭିତରେ ଗ୍ୟାଲେରି ଟିକଟ ଥିବା ବେଳେ ଦଲାଲ ୪ ହଜାର ଉପରେ ସବୁ ଟିକଟ ବିକ୍ରି କରୁଥିଲେ। ୧ ନମ୍ବର ଗ୍ୟାଲେରି ସର୍ବାଧିକ ୬ ହଜାର ଟଙ୍କାରେ ବିକ୍ରି ହେଉଥିଲା। ଗଲା ୫ ତାରିଖରେ ଟିକଟ ବିକ୍ରି ଦିନ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଧାଡ଼ିରେ ଆରମ୍ଭରୁ ଶେଷ ଯାଏ ଅଧିକାଂଶ ବସ୍ତି ବାସିନ୍ଦା ରହିଥିଲେ। ଦଲାଲମାନେ ବସ୍ତିବାସିନ୍ଦାଙ୍କୁ ଏହି ଧାଡ଼ିରେ ଆଣି ଛିଡା କରାଇଥିଲେ। ଦଲାଲମାନେ ମହିଳାଙ୍କୁ ଦିନକର ମଜୁରୀ ଦେଇ ଟିକଟ କିଣିବାରେ ବ୍ୟବହାର କରିଥିବା କୁହାଯାଉଛି। 

Advertisment

Mayurbhanj Chhau: ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

 ବାରବାଟୀ ଷ୍ଟାଡିୟମ ନିକଟ ଇଲେକ୍ଟ୍ରି ଅଫିସ ସାମନାରେ ଥିବା ମା’ ଚର୍ଚ୍ଚିକା ବସ୍ତି ସଂଘ ଗଳି, ଷ୍ଟାଡିୟମ୍ ସାମନା ଡିଭାଇଡର୍ ଓ ଫୁଡକୋର୍ଟ ନିକଟରେ ସକାଳୁ ଟିକଟ ଦଲାଲମାନେ ସକ୍ରିୟ ହେଇଯାଇଥିଲେ। ମ୍ୟାଚ୍ ଆରମ୍ଭ ଯାଏ ଏଭଳି ସ୍ଥିତି ଲାଗି ରହିଥିଲା। ଦଲାଲମାନେ ପୁଲିସ ଉପସ୍ଥିତିରେ ଖୋଲାଖୋଲି ଭାବେ ଗ୍ୟାଲେରି ନମ୍ବର ଓ ଦର କହି ‌ଲୋକଙ୍କୁ ଡାକୁଥିଲେ। ୧ ନମ୍ବର ଗ୍ୟାଲେରି ୬ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ୨ ନମ୍ବର ଗ୍ୟାଲେରି ୭ ହଜାର ଟଙ୍କା, ୩ ନମ୍ବର ୫ ହଜାର ୫୦୦, ୪ ନମ୍ବର ଗ୍ୟାଲେରି ୪ ହଜାର ୫୦୦, ୫ ନମ୍ବର ଗ୍ୟାଲେରି ୫ ହଜାର ଟଙ୍କା, ୬ ନମ୍ବର ଗ୍ୟାଲେରି ୪ ହଜାର ଟଙ୍କା, ୭ ନମ୍ବର ଗ୍ୟାଲେରି ୪ ହଜାର ୫୦୦ ଟଙ୍କା, ସ୍ପେଶାଲ ଏନକ୍ଲୋଜର ୧୨ ହଜାର ଟଙ୍କାରେ ବିକ୍ରି ହେଉଥିଲା।  ପୁଲିସ ସାମନାରେ ଏଭଳି କେଳେଙ୍କାରୀ ଚାଲିଥିଲା। ୭ ତାରିଖରେ ଉଭୟ ବିଡ଼ାନାସୀ ଓ ଦରଘାବଜାର ଥାନା ପୁଲିସ ୪ ଜଣ ଟିକଟ ଦଲାଲଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୨୧ଟି ଟିକଟ ଜବତ କରିଥିଲା। ସେହିଭଳି ୮ ତାରିଖରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ୪ ଜଣ ଦଲାଲଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୨୦ରୁ ଅଧିକ ଟିକେଟ ଜବତ ହୋଇଥିଲା। ଏହା ସତ୍ତ୍ବେ ଦଲାଲଙ୍କ ଭୟ କମିନଥିଲା।

ଭାରତୀୟ ବୋଲରଙ୍କ ପ୍ରଶ୍ନର ଜବାବ ବ୍ୟାଟରଙ୍କ ପାଖେ ନଥିଲା: ପ୍ରିନ୍ସ

କଟକ: ପିଚ୍‌ର ସ୍ଥିତିକୁ ଦେଖି ଟସ୍‌ଜିତି ବୋଲିଂ ନେଇଥିଲୁ। କାକର ବିଷୟରେ ବି ଅବଗତ ଥିଲୁ। ଏହା ଏକ ଭଲ ପିଚ୍‌ଥିଲା। କିନ୍ତୁ ସବୁ ପିଚ୍‌ରେ ୨୨୦ ରନ୍‌ ହୋଇପାରିବନି। ଭାରତୀୟ ବୋଲରଙ୍କ ପ୍ରଶ୍ନର ଜବାବ ଆମ ବ୍ୟାଟର୍‌ଙ୍କ ପାଖରେ ନଥିଲା ବୋଲି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ପ୍ରଶିକ୍ଷକ ଆସ୍‌ୱେଲ୍‌ ପ୍ରିନ୍ସ କହିଛନ୍ତି। ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଆସ୍‌ୱେଲ୍‌ କହିଛନ୍ତି, ଭାରତ ବିପକ୍ଷରେ ଆମକୁ ଆହୁରି ଭଲ ଖେଳିବାକୁ ହେବ। ତଥାପି ହାର୍ଦିକ ପାଣ୍ଡ୍ୟାଙ୍କ ଯୋଗୁ ପ୍ରତିଦ୍ବନ୍ଦ୍ବିତାମୂଳକ ସ୍କୋର ହୋଇପାରିଲା। ଆହତରୁ ଫେରିବା ପରେ ତାଙ୍କର ଖେଳ ବହୁତ ଭଲ ହୋଇଯାଇଛି। ଠିକ୍‌ ସମୟରେ ହିଟ୍‌ କରିବା ଆରମ୍ଭ କରିଥିବାରୁ ଶେଷ ଆଡ଼କୁ ସେ ଆମ ଉପରେ ଚାପ ସୃଷ୍ଟି କରିଥିଲେ। ସେ ଯାହା ଚିନ୍ତା କରିଥା‌ନ୍ତି ତାହାକୁ ଠିକ୍‌ରେ କାର୍ଯ୍ୟକାରୀ କରିଥାନ୍ତି।

India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌

ହାର୍ଦିକ ଦଳର ମୁଖ୍ୟ ଖେଳାଳି, ତାଙ୍କଠୁ ଆମେ ଶିଖିଥାଉ: ଜିତେଶ

ହାର୍ଦିକ ପାଣ୍ଡ୍ୟା ଦଳର ମୁଖ୍ୟ ଖେଳାଳି। ସେ ପଡ଼ିଆରେ ଯେମିତି ବି ପ୍ରଦର୍ଶନ କରିଥାନ୍ତି, ତାହାକୁ ଆମେ ଅନୁସରଣ କରିଥାଉ। ସେ ଜଣେ ବିଶ୍ବକପ୍‌ ବିଜେତା। ତେଣୁ ତାଙ୍କର ଖେଳରୁ କନିଷ୍ଠ ଖେଳାଳିମାନେ ବହୁତ କିଛି ଶିକ୍ଷାଲାଭ କରିଥାନ୍ତି ବୋଲି ଭାରତୀୟ ଦଳର ୱିକେଟ୍‌ରକ୍ଷକ ଜିତେଶ ଶର୍ମା କହିଛନ୍ତି। ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଜିତେଶ କହିଛନ୍ତି, ଅଷ୍ଟ୍ରେଲିଆ ଗସ୍ତ ପରଠୁ ବିଶ୍ରାମ ମିଳିନି। ତଥାପି ଫିନିସିଂ କରିବା ଅଭ୍ୟାସରେ ପରିଣତ ହୋଇଗଲାଣି। ଯେକୌଣସି ସ୍ଥିତିରେ ଯାହା କରିବାକୁ ସୁଯୋଗ ମିଳେ, ତାହାକୁ ପୂରଣ କରିଥାଏ। ତେଣୁ ତଳଭାଗରେ ବ୍ୟାଟିଂ କରିବାକୁ ଦଳ ନିଷ୍ପତ୍ତି ନେଇଥିବାରୁ ମୁଁ ମୋ ଭୂମିକାକୁ ଠିକ୍‌ ଭାବେ ତୁଲେଇବାକୁ ଚେଷ୍ଟା କରିଥାଏ।