ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ପରିସରର ‘ସମ୍ବାଦ-ଆମ ଓଡ଼ିଶା’ ଷ୍ଟଲ୍ରେ ‘ଆମ ଓଡ଼ିଶା’ ପ୍ରକାଶିତ ତିନିଟି ନୂଆ ବହି ଉନ୍ମୋଚିତ ହୋଇଯାଇଛି। ଏଥିରୁ ପ୍ରଥମ ଦୁଇଟି କଥାକାର ସୀତେଶ ତ୍ରିପାଠୀଙ୍କ ଦ୍ବାରା କିଶୋର କିଶୋରୀଙ୍କ ପାଇଁ ଲିଖିତ ‘ବୀର ବାଳକ’ ଓ ‘ବୀର ବାଳିକା’ ହୋଇଥିବା ବେଳେ, ତୃତୀୟଟି ବୃକ୍ଷଲତାର ଆୟୁର୍ବେଦୀୟ ଗୁଣକୁ ନେଇ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଲିଖିତ ‘ବାରି ବଇଦ’। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପ୍ରଥମ ଦୁଇ ବହିକୁ ଉନ୍ମୋଚନ କରିଥିବା ବେଳେ ଅନ୍ୟଟିକୁ ବରିଷ୍ଠ ବୈଦ୍ୟ ଗୋପାଳ ଚନ୍ଦ୍ର ନନ୍ଦ ଉନ୍ମୋଚନ କରିଥିଲେ। ‘ଆମ ଓଡ଼ିଶା’ର ପ୍ରକାଶନ ସଂପାଦକ ଅସିତ ମହାନ୍ତି ଉତ୍ସବର ସଂଯୋଜନା କରିଥିଲେ। ଓଡ଼ିଶାରେ ବଡ଼ଙ୍କ ପାଇଁ ଲେଖୁଥିବା ଲେଖକ କ୍ବଚିତ୍ ପିଲାଙ୍କ ପାଇଁ ଲେଖନ୍ତି, ଏ ଦୃଷ୍ଟିରୁ କିଶୋର ସାହିତ୍ୟ କ୍ଷେତ୍ରରେ ସୀତେଶ ବାବୁଙ୍କ ପଦାର୍ପଣ ସ୍ବାଗତଯୋଗ୍ୟ ବୋଲି ଦାଶ ବେନହୁର କହିଥିଲେ। ଉନ୍ମୋଚନ ଉତ୍ସବରେ ପ୍ରହଲ୍ଲାଦ ସିଂହ, ଦେବବ୍ରତ ମଦନରାୟ, ସୁରେଶ ଛୋଟରାୟ, ସତ୍ୟନାରାୟଣ ମହାପାତ୍ର, ମାନସ ରଞ୍ଜନ ସାମଲ, ନିର୍ମଳା କୁମାରୀ ମହାପାତ୍ର ଓ କିଶୋର ଆକାଶ ପ୍ରମୁଖ ଉପସ୍ଥିତ ଥିଲେ।
‘ବାରି ବଇଦ’, ‘ବୀର ବାଳକ’ ଓ ‘ବୀର ବାଳିକା’ ଉନ୍ମୋଚିତ
/sambad/media/post_attachments/wp-content/uploads/2019/12/sfghfhsfhs65fh89sf74hsf54h65sf4h65sfhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)