ବାରିପଦାରୁ ଉଦ୍ଧାର ବିରଳ ପ୍ରଜାତିର ଶାଗୁଣା ନନ୍ଦନକାନନ ଆସିଲା

ବାରଙ୍ଗ: ବାରପଦାରୁ ଉଦ୍ଧାର କରାଯାଇଥିବା ଏକ ବିରଳ ପ୍ରଜାତିର ଶାଗୁଣାକୁ ରବିବାର ଅପରାହ୍ଣରେ ନନ୍ଦନକାନନ ପ୍ରଣୀ ଉଦ୍ୟାନକୁ ଅଣାଯାଇଛି। ଏହା ହିମାଲିଆନ୍‌ ସିନେରିୟସ୍‌ ଗ୍ରିଫାନ ପ୍ରଜାତିର ବୋଲି କୁହାଯାଉଛି। ଶାଗୁଣାଟିର ବୟସ ପ୍ରାୟ ୫ ବର୍ଷ ହେବ। ସେ ଉଡ଼ିଉଡ଼ି ହାଲିଆ ହୋଇପଡ଼ିବାରୁ ତଳକୁ ଖସି ପଡ଼ିଥିଲା। କିଛି କୁକୁର ତାକୁ ଆକ୍ରମଣ କରିବାକୁ ଘେରି ଯାଇଥିଲେ। ଏହି ପ୍ରଜାତିର ଶାଗୁଣାଗୁଡ଼ିକ ସାଧାରଣତଃ ହିମାଳୟ ପାର୍ବତ୍ୟାଞ୍ଚଳ ପାକିସ୍ଥାନ ସୀମାରେ ଦେଖିବାକୁ ମିଳନ୍ତି। ବହୁ ଉଚ୍ଚତାରେ ଉଡ଼ି ଖାଦ୍ୟ ଅନେ୍ଵଷଣ କରିଥାଆନ୍ତି। ଶାଗୁଣାଟି ଖାଦ୍ୟ ଅନେ୍ଵଷଣ ବେଳେ କୁହୁଡ଼ିରେ ଦିଗହରା ହୋଇ ଚାଲି ଆସିଥିବା କର୍ମଚାରୀମାନେ ଅନୁମାନ କରିଛନ୍ତି। ପୂର୍ବରୁ ଦିଗହରା ହୋଇ ପୁରୀ, ପିପିଲି, ବ୍ରହ୍ମଗିରି, ବାଲେଶ୍ୱର ଅଞ୍ଚରେ ପଡ଼ିଥିବା ଏହି ପ୍ରଜାତିର ଶାଗୁଣାଙ୍କୁ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଛି। ନନ୍ଦକକାନନକୁ ଆସିବା ପରେ ଶାଗୁଣାଟିକୁ ଭେଟେରିନାରି ପରିସର କ୍ୱାରେନ୍‌ଟାଇନ୍‌ରେ ରଖାଯାଇଛି। ତାର ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ। ଏହାକୁ ମିଶାଇ ନନ୍ଦନକାନନରେ ଏହି ପ୍ରଜାତିର ଶାଗୁଣାଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର