‌‌ଖୋଲିବ କି ମଦ ଦୋକାନ? ଦୋକାନୀ କଲେଣି ବାରିକେଡ୍‌

ଭୁବନେଶ୍ବର : ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହେବାକୁ ଥିବା ବେଳେ ରାଜଧାନୀର ବିଭିନ୍ନ ବାର୍‌ଠାରୁ ଆରମ୍ଭ କରି ଠିପିବନ୍ଦ ମଦ ଦୋକାନ ଆଗରେ ବ୍ୟାରିକେଡ୍‌ ତିଆରି ହୋଇଗଲାଣି। ଅବକାରୀ ଆୟୁକ୍ତ ମଧ୍ୟ ମଦ ପ୍ରସ୍ତୁତି ଆରମ୍ଭ କରିବାକୁ ସମସ୍ତ ବଟ୍‌ଲିଂ ପ୍ଲାଣ୍ଟକୁ ନିର୍ଦ୍ଦେଶ ଦେଲେଣି। ଅପରପକ୍ଷେ ମଦ ଦୋକାନ ଖୋଲିଲେ, କେଉଁ ଜିଲ୍ଲାର ମଦ ଦୋକାନୀ କେଉଁ ଦିନ ମଦ ଆଣିବେ, ସେନେଇ ରାଜ୍ୟ ପାନୀୟ ନିଗମ(ଓଏସ୍‌ବିସି) ବିଜ୍ଞପ୍ତି ପ୍ରକାଶ କରିସାରିଲେଣି। ମଦ ଦୋକାନ ଖୋଲା ହେବା ନେଇ ଯଦିଓ ସରକାର ଏଯାବତ୍‌ କିଛି ସ୍ପଷ୍ଟ କରିନାହାନ୍ତି, କିନ୍ତୁ ଏହି ସବୁ ପ୍ରସ୍ତୁତିକୁ ଦେଖିଲେ ମଦ ଦୋକାନ ଶୀଘ୍ର ଖୋଲିବ ବୋଲି ଅନୁମାନ କରାଯାଉଛି। କରୋନା ବିପଦ ଟଳି ନଥିବା ବେଳେ ଯଦି ମଦ ଦୋକାନ ଖୋଲାଯାଏ, ତେବେ ସାମାଜିକ ଦୂରତା ପ୍ରହସନ ହୋଇଯିବ ବୋଲି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର