ବାର୍‌ରେ ଉଡୁଛି ଟଙ୍କା, ଭିଡିଓ ଭାଇରାଲ୍‌

ଭୁବନେଶ୍ୱର: ଭୁବନେଶ୍ବର କଟକ ରୋଡ୍‌ରେ ଥିବା ବାର୍‌ ଭିତରୁ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଦେଖିବା ପରେ ଭୁବନେଶ୍ବରରେ ଏଭଳି ଚାଲିଥିବା ନେଇ ଅନେକଙ୍କର ବିଶ୍ବାସ ହେଉ ନାହିଁ। ଜଣେ ଯୁବକ ଓ ଜଣେ ଯୁବତୀ ପେଣ୍ଡାଲ ଉପରେ ଛିଡ଼ା ହୋଇଛନ୍ତି। ଉଭୟ ଏକା ପ୍ରକାର ପୋଷାକ ପିନ୍ଧିଛନ୍ତି। ଯୁବକଙ୍କ ଉପରେ ଟଙ୍କା (ନୋଟ୍) ବର୍ଷା ହେଉଛି। ଜଣେ ଯୁବତୀ ଆସି ବିଡ଼ା ବିଡ଼ା ଟଙ୍କା ଉଡ଼ାଇ ଦେଉଥିବା ବେଳେ କେତେଜଣ ଯୁବକ ଆସି ନୋଟ୍‌ ଉଡ଼ାଇ ପଳାଉଛନ୍ତି। କେତେବେଳେ ଯୁବକ ଜଣକ ସ୍ବୟଂ ପକେଟ୍‌ରୁ ନୋଟ୍‌ ବିଡ଼ା ବାହାର କରି ଯୁବତୀଙ୍କ ଉପ‌ରେ ଓ ପେଣ୍ଡାଲ ତଳେ ଛିଡ଼ା ହୋଇଥିବା ଶୁଭାକାଂକ୍ଷୀଙ୍କ ଉପରେ ନୋଟ୍‌ ବର୍ଷା କରୁଛନ୍ତି। ଯୁବକଙ୍କୁ ୪ରୁ ୫ ଯୁବତୀ ବେଢ଼ି ରହିଛନ୍ତି। ସମସ୍ତେ ନିଶାରେ ଚୁର୍‌ ଅଛନ୍ତି। ଆଇଟମ୍‌ ଗୀତର ତାଳେ ତାଳେ ସମସ୍ତଙ୍କର ପାଦ ପଡ଼ୁଛି। ଭିଡିଓ ଭାଇରାଲ ହେବା ପରେ ଏହାର ଖୋଳତାଡ଼ ହୋଇଛି। ଏହା କଟକ ରୋଡ୍‌ରେ ଥିବା ଏକ ବାର୍‌ରେ ଗତ ରାତିର ଦୃଶ୍ୟ ବୋଲି ପ୍ରମାଣିତ ହୋଇଛି। ଜଣେ ଧନୀ ଘରର ଯୁବକଙ୍କର ଜନ୍ମଦିନରେ ଏହି ପ୍ରକାରର ଆୟୋଜନ ବୋଲି ଜଣାପଡ଼ିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏଭଳି ଘଟଣା ପ୍ରତ୍ୟେକ ଦିନ ଘଟୁଛି। ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ ଏଭଳି କାରବାର ଅବାଧରେ ଚାଲିବା ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ଲକ୍ଷ୍ମୀସାଗର ଥାନା ଆଇଆଇସି ଦୟାନିଧି ନାୟକ କହିଛନ୍ତି, ସୁରକ୍ଷାରେ କୌଣସି ସମସ୍ୟା ନାହିଁ। ସମସ୍ତ ଘଟଣା ଉପରେ ଆମର ନଜର ରହିଛି। ନିର୍ଦ୍ଧାରିତ ସମୟ (ରାତି୧୨ଟା) ପୂର୍ବରୁ ସମସ୍ତ ବାର୍‌କୁ ବନ୍ଦ କରି ଦିଆଯାଉଛି

ସମ୍ବନ୍ଧିତ ଖବର