ଭୁବନେଶ୍ୱର: ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ବର୍ଷା ଆଧାରିତ କବିତା ଓ ସଂଗୀତର ଯୁଗଳବନ୍ଦୀ କାର୍ଯ୍ୟକ୍ରମ ‘ବର୍ଷା ଆସର’ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମିତିର ସଭ୍ୟା ଓ ଆମନ୍ତ୍ରିତ କବିମାନେ ସ୍ବରଚିତ ବର୍ଷା କବିତା ଓ ଓଡ଼ିଆ ଜନପ୍ରିୟ ବର୍ଷା ସଂଗୀତ ଆବୃତ୍ତି କରି ବର୍ଷାକୁ ସ୍ୱାଗତ କରୁଥିଲେ। ଏଥିସହିତ ହସ୍ତତନ୍ତ ଦିବସ ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ‘ହସ୍ତତନ୍ତ ପରିଧାନ ପ୍ରଦର୍ଶନ’ କାର୍ଯ୍ୟକ୍ରମରେ ଓଡ଼ିଆଣୀମାନେ ହସ୍ତତନ୍ତ ବସ୍ତ୍ର ପରିଧାନ କରି ମଞ୍ଚରେ ଚାଲିଥିଲେ। ଏସବୁ କାର୍ଯ୍ୟକ୍ରମରେ ରେଖା ସାହୁ, ସଂଧ୍ୟା ରଥ, ପଦ୍ମାଳୟା ଶତପଥୀ, ରତ୍ନମଞ୍ଜରୀ ସାମନ୍ତରାୟ, ଜ୍ୟୋସ୍ନାମୟୀ ସେନାପତି, ବିଦୁଲତା ବେହେରା, ମୀନାକ୍ଷୀ ପଟ୍ଟନାୟକ, ମଧୁସ୍ମିତା ସା, ବେବିରାଣୀ ସାହୁ, ମାନସୀ ରାଉତରାୟ, ସୁପ୍ରିୟା ମହାନ୍ତି, ରଶ୍ମିତା ରଥ, ମମତା ଦାସ, ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ଜୟଶ୍ରୀ ମିଶ୍ର, ଶ୍ବେତପଦ୍ମା ମିଶ୍ର, ମନ୍ଦାକିନୀ ବାଗ୍, ବୈଜୟନ୍ତୀ ଦାସ, ତୁଳସୀ ମହାନ୍ତି, ବିଜୟଲକ୍ଷ୍ମୀ ପତି ପ୍ରମୁଖ ଭାଗ ନେଇଥିଲେ।

Advertisment

ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ଦେବ ପ୍ରସାଦ ପରିଜା, ତଥା ବିଭିନ୍ନ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ- ସୌଦାମିନୀ ସାମଲ, ମୀନା ପାଣିଗ୍ରାହୀ, ସୁଜାତା ମହାନ୍ତି, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।