ଗୀତରେ ‘ବର୍ଷା ଉତ୍ସବ’କୁ ମେଲାଣି

ଭୁବନେଶ୍ବର: ବର୍ଷା ସଙ୍ଗୀତରେ ଭିଜିଥିଲେ ‌ଶ୍ରୋତା। କଣ୍ଠଶିଳ୍ପୀମାନେ ନିଜ କଣ୍ଠର ଯାଦୁରେ ‌ଶ୍ରୋତାଙ୍କୁ ଆନମନା କରିବା ସହ ‘ବର୍ଷା ଉତ୍ସବ’କୁ ମେଲାଣି ଦେଇଥିଲେ। ଅବସର ଥିଲା ‘ଚିନ୍ତା ଓ ଚେତନା’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ବର୍ଷା ଉତ୍ସବର ଉଦ୍‌ଯାପନୀ ସଂଧ୍ୟାର। ଏହି ଅବସରରେ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ୍, ସୁବାସ ଦାସ, ନିମାକାନ୍ତ ରାଉତରାୟ, ଆଦ୍ୟାଶା ଦାସ, ମିତାଲି ଚିନ୍ନାରା, ସଙ୍ଗୀତା ଗୋସାଇଁ, ସଙ୍ଗୀତାଞ୍ଜଳି ନନ୍ଦ, ସଙ୍ଗୀତା ପଣ୍ଡା, ସାଗରିକା ପଟ୍ଟନାୟକ, ମମତା ପାଢ଼ୀ ଓ ନାରାୟଣ ରଥ ପ୍ରମୁଖ ଶିଳ୍ପୀ ବର୍ଷା ସଙ୍ଗୀତ ପରିବେଷଣ କରିଥିଲେ। ସନ୍ଧ୍ୟାରେ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ଲେଖିକା ପ୍ରତିଭା ରାୟ, ଶିକ୍ଷାବିତ୍ ଅଜୟ ବାହାଦୂର ସିଂହ, ପୂର୍ବତନ ପ୍ରଶାସକ ସହଦେବ ସାହୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ମହାସଚିବ ସୁରେନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସନାତନ ଚୌଧୁରୀ, ଶ୍ୱେତା ଓ ଦାନିସ୍ ଅକ୍ରମ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଚିନ୍ତା ଓ ଚେତନାର ସଙ୍ଗଠନ ସମ୍ପାଦକ ବିଭୁତିଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର