ଭୁବନେଶ୍ୱର: ‘ପ୍ରଜ୍ଞା ଏକାଡେମିକ ଆଣ୍ଡ୍ କଲଚରାଲ୍ ଟ୍ରଷ୍ଟ’ ତଥା ‘ପୁଣ୍ୟ ଉତ୍କଳ ଫାଉଣ୍ଡେସନ’ର ମିଳିତ ଆନୁକୂଲ୍ୟରେ ‘୮ମ ବର୍ଷାବରଣ ଉତ୍ସବ’ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଗୀତିକବିତାର ମନୋଜ୍ଞ ଆସର ‘କବି କଣ୍ଠେ ବର୍ଷା’। ଅଜୟ ମହାନ୍ତି ଓ କିଶୋର ମହାନ୍ତିଙ୍କ ସଞ୍ଚାଳନାରେ ଗୀତିକବିତାର ବିଭିନ୍ନ ଦିଗ ଉପରେ ଆଲୋଚନା ସହିତ କବିତା ପାଠ କରାଯାଇଥିଲା। କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟରେ ଅତିଥି ଭାବେ ସଂସ୍କୃତିି ବିଭାଗ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଆକାଶବାଣୀ କଟକ କେନ୍ଦ୍ର ନିର୍ଦ୍ଦେଶକ ତରୁଣକାନ୍ତି ରାଉତ, ପୂର୍ବ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜନ କୁମାର ବେହେରା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମନୋରଂଜନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଆବାହକ ବୃନ୍ଦାବନ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବର୍ଷା ବରଣର ସ୍ୱତନ୍ତ୍ର ସଂଖ୍ୟା ‘ମୁକ୍ତକ’ ଉନ୍ମୋଚିତ ହୋଇଥିଲା। ପରେ ପରେ ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ର ଶିଳ୍ପୀମାନଙ୍କ ଦ୍ୱାରା ‘ବର୍ଷା ବରଣ ଗୀତ’ରେ ନୃତ୍ୟ ପରିବେଷିତ ହୋଇଥିଲା। ଗୀତିକାର ବୃନ୍ଦାବନ ଜେନାଙ୍କ ଗୀତ ରଚନା କରିଥିବା ବେଳେ ସ୍ୱର ସଂଯୋଜନା କରିଥିଲେ ଗୁରୁ କେବଶ ଚନ୍ଦ୍ର ରାଉତ। ପ୍ରାଚୀନ କବିମାନଙ୍କ ରଚନାରୁ ଆଧାରିତ ଛନ୍ଦଗାନ କରିଥିଲେ ଗୁରୁ କେଶବଚନ୍ଦ୍ର ରାଉତ ଓ ସଙ୍ଗୀତା ଗୋସାଇଁ। ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଆଧୁନିକ ଗୀତିକବିତାର ବର୍ଣ୍ଣାଢ଼୍ୟ ଆସର ‘ବରଷା ସଞ୍ଜର ଗୀତ’। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଙ୍ଗୀତକାର ମୁରଲୀଧର ପରିଡ଼ା।
ନୃତ୍ୟ, ଗୀତ ଓ କବିତାରେ ବର୍ଷାକୁ ସ୍ୱାଗତ ଜମିଲା ‘ବର୍ଷାବରଣ ଉତ୍ସବ’
/sambad/media/post_attachments/wp-content/uploads/2018/07/m16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)