ଭୁବନେଶ୍ବର: ଚଳଚ୍ଚିତ୍ର କଳାକାରମାନଙ୍କ ଭଳି ଯାତ୍ରା କଳାକାରମାନଙ୍କୁ ସମ୍ମାନିତ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଯାଇଛି ‘ଜଲିଉଡ୍ ଚନ୍ଦନ ସମ୍ମାନ ପ୍ରଦାନ ସମାରୋହ’। ‘ପ୍ରେରଣା ଗ୍ରିନ୍ ଆର୍ମି’ ଓ ‘ଓଡ଼ିଶା ବୀର୍ ମହାସଂଘ’ର ମିଳିତ ସହଯୋଗରେ ଚାଲିଥିବା ଏହି ଉତ୍ସବରେ ଆସନ୍ତା ୧୧ ତାରିଖ ଦିନ ବାସନ୍ତୀ ବାରେକ ଓ ସାଗରିକା ଦାସଙ୍କୁ ଯଥାକ୍ରମେ ‘ଶ୍ରେଷ୍ଠ ନାୟିକା’ ଓ ‘ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ’ ଭାବେ ସମ୍ମାନିତ କରାଯିବ। ଅପେରା ଜଗତର ଅଭିନେତା, ଅଭିନେତ୍ରୀ, ଲେଖକ, ମାଲିକ ଓ ନିର୍ଦ୍ଦେଶକମାନଙ୍କର ପରିଚୟକୁ ମଜଭୁତ କରିବା ଓ ଅପେରା ଗବେଷକମାନଙ୍କୁ ଗବେଷଣାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ‘ଅପେରା ଦର୍ପଣ’ ପୁସ୍ତକ ପ୍ରକାଶ ପାଇବ। ଅପେରା କଳାକାର ଓ ଲେଖକମାନଙ୍କ ପରିଚିତି ପୁସ୍ତକ ‘ଅପେରା ଦର୍ପଣ’ ସମ୍ପର୍କରେ ଫଟୋ ଓ ତଥ୍ୟ ପାଇଁ ଅଧ୍ୟାପକ ଅଜୟ ସ୍ବାଇଁ ଓ ପ୍ରଫେସର ଦିଲ୍ଲୀପ ମହାପାତ୍ରଙ୍କୁ ହ୍ବାଟ୍ସ୍ ଆପ୍ ନମ୍ବର ୯୪୩୮୪୦୯୩୨୮ ଓ ୭୯୭୮୬୦୧୪୦୭ରେ ଯୋଗାଯୋଗ କରି ପଠାଇବାକୁ ପ୍ରେରଣା ପକ୍ଷରୁ ଅନୁରୋଧ କରାଯାଇଛି।
ବାସନ୍ତୀ ବାରେକ ଓ ସାଗରିକା ଦାସ ପାଇବେ ‘ଶ୍ରେଷ୍ଠ ନାୟିକା’ ଓ ‘ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ’ ସମ୍ମାନ
/sambad/media/post_attachments/wp-content/uploads/2020/02/dg45jhdg4jhd8g94jg89d4j8g9d4j56dgjgdjdgjdgjgdjdgjdgdgjjgdjgdjgdjgdg.jpg)