ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଉଦ୍‌ଯାପିତ

ଦଶମୀରେ ମହିଷାମର୍ଦ୍ଦିନୀ ବେଶ

ଜଟଣୀ: ଗତ ୨୨ ତାରିଖରୁ କୁଦିଆରୀ ଗ୍ରାମ‌ଦେବୀ ମା’ ଜାଗୁଳାଇଙ୍କ ଶକ୍ତିପୀଠରେ ଚାଲିଥିବା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ରି ମହୋତ୍ସବ ଆଜି ପୂର୍ଣ୍ଣାହୁତି ପରେ ଉଦ୍‌ଯାପିତ ହୋଇଯାଇଛି। ଆଜି ବିଜୟା ଦଶମୀରେ ମା’ ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଇଥିଲେ। ସକାଳୁ ସୂର୍ଯ୍ୟପୂଜା ପରେ ମା’ଙ୍କୁ ବେଶ କରାଯାଇ ଦିନତମାମ ସପ୍ତସତୀ ଚଣ୍ଡୀ ପାଠ କରାଯାଇଥିଲା। ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶକ୍ତିପୀଠରେ ପହଞ୍ଚି ମା’ଙ୍କ କୃପାଲାଭ କରିବା ସହ ପ୍ରସାଦ ସେବନ କରିଥିଲେ।

ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ମା’ଙ୍କ ନୀତି ସେବା କରିଥିବା ବେଳେ ସ୍ବର୍ଣ୍ଣଲତା କର ଓ ଅଭିରାମ କର ୧୦ ଦିନ ଧରି କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ଘୋରୋଡ଼ିଆର ପଣ୍ଡିତ ମଧୁସୂଦନ ମିଶ୍ର ଚଣ୍ଡୀପାଠ କରିଥିବା ବେଳେ ରୋଷେୟା ସୁଦର୍ଶନ ମିଶ୍ର ପ୍ରତ୍ୟେକ ଦିନ ପ୍ରସାଦ ପ୍ରସ୍ତୁତ କରିଥିଲେ।

ସଭାପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଏଲ୍‌.ଡି ମହାନ୍ତି, କୋଷାଧ୍ୟକ୍ଷ ଅଶୋକ ଦାସ, ସହ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା, ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହାଣୀ, ଜିତେନ୍ଦ୍ର ଜେନା, ପବିତ୍ର ମୋହନ ରଣସିଂ, ଗୁନିଆ ଛୋଟରାୟ, କୃତ୍ତିବାସ ପୃଷ୍ଟି, ଶ୍ରୀକାନ୍ତ କର, ଦୀପୁ ପାଲ, ବାଉରୀବନ୍ଧୁ ସାହାଣୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର