‘ବସୁଧାମାତା ସମ୍ମାନ ସମାରୋହ’

ଭୁବନେଶ୍ୱର:ମହିଳା ସମାଜ କଲ୍ୟାଣ ସଂଗଠନ ତରଫରୁ ‘ବସୁଧାମାତା ସମ୍ମାନ ସମାରୋହ’ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ କହିଥିଲେ ଯେ ମା’ ହେଉଛି ସଂସାର ଓ ସମାଜର ମେରୁଦଣ୍ଡ। ମା’କୁ ଉଚିତ ସମ୍ମାନ ଦେବା ଆମ ସମସ୍ତଙ୍କ ମୁଖ୍ୟ ଦାୟିତ୍ୱ। ଅନ୍ୟତମ ଅତିଥି ଭାବେ ଓୟୁଏଟିର ସହକାରୀ ଅଧ୍ୟକ୍ଷା ସୌଭାଗ୍ୟ ମଞ୍ଜୁରୀ ସାମନ୍ତରାୟ, କେନ୍ଦ୍ର ବିଦ୍ୟାଳୟର ଅଧ୍ୟକ୍ଷା ପ୍ରୀତି ରୟ, ଭାଟିଆ ଗ୍ରୁପର ଚେୟାରମ୍ୟାନ୍‌ କିଶନ ଲାଲ ଭାଟିଆ ଓ ଲତିକା ପ୍ରଧାନ ପ୍ରମୁଖ ଯୋଗ ଦେଇ ମାତୃ ଦିବସରେ ନିଜର ମତ ଉପସ୍ଥାପନ କରିଥିଲେ।  ଅନୁଷ୍ଠାନର ସମ୍ପାଦିକା ଜ୍ୟୋସ୍ନା ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ଇତିଶ୍ରୀ ଦୀକ୍ଷିତ୍‌ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ମୟୂରଭଞ୍ଜ ବେତନଟୀର ମିନତି ଷଡ଼ଙ୍ଗୀଙ୍କ ଜୀବନବ୍ୟାପୀ ସାଧନା ଓ ସେବା ପାଇଁ ‘ବସୁଧାମାତା ସମ୍ମାନ’ ଏବଂ ସେବା ଓ ତ୍ୟାଗ ପାଇଁ ମମତା ବିଶ୍ୱାଳ, ପ୍ରମିଳା ରଣା, ଅରୁନ୍ଧତୀ ସ୍ୱାଇଁ, କଲ୍ୟାଣ ଦାସ, ସ୍ୱାତୀ ଦେବୀ, ମନୋରମା ମହାପାତ୍ର, ରାଜଲକ୍ଷ୍ମୀ ଶତପଥୀ ଓ ବିରଜାଲକ୍ଷ୍ମୀ କରଙ୍କୁ ‘ଆଦର୍ଶମାତା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ବସୁଧାମାତା ସମ୍ମାନ ସମାରୋହ କମିଟିର ଅଧ୍ୟକ୍ଷ ହୃଷିକେଶ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର