କିସ୍‌ରେ ‘ବାତେଁ ଅନଲକ୍‌’ ଯୁବ ମହୋତ୍ସବ

ଭୁବନେଶ୍ବର: ୟୁଏସଏଡ୍‌ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଜାତୀୟ ସ୍ବାସ୍ଥ୍ୟ ମିସନ୍ ଏବଂ ଓଡ଼ିଶ‌ା ଶିଶୁ ଅଧିକାର ସୁରକ୍ଷା କମିସନର ସହଯୋଗରେ କିସ୍ ପରିସରରେ ଯୁବ ମହୋତ୍ସବ ‘ବାତେଁ ଅନଲକ୍’ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ ଅବସରରେ ଅନୁଷ୍ଠିତ ଏହି କା‌ର୍ଯ୍ୟକ୍ରମ ‘ବର୍ତ୍ତମାନର ସମୟ ଆମର: ଆମ ଅଧିକାର, ଆମ ଭବିଷ୍ୟତ’ ଉପରେ ପର୍ଯ୍ୟବସିତ ହୋଇଥିଲା।

କୈଶୋର ଅବସ୍ଥାରେ ରହିଥିବା ଯୌନ ସମସ୍ୟା, ଅଧିକାର ଓ ଆବଶ୍ୟକତା ଉପରେ ସଚେତନତା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଅଧିକ ମହିଳା, ଯୁବକ ଓ ସରକା‌ରୀ ଅଧିକାରୀ ଯୋଗ ଦେଇଥିଲେ। ଓଡ଼ିଶାରେ ଏହି କାର୍ଯ୍ୟକ୍ରମରେ ୫୦ ଜଣ ଯୁବ ନେତୃତ୍ବଙ୍କୁ ସାମିଲ କରାଯାଇ ୫ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏଥିସହ ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ଆସାମ ଓ ଝାଡ଼ଖଣ୍ଡର ପ୍ରାୟ ୭୦ ଲକ୍ଷରୁ ଅଧିକ ଯୁବକ ଯୁବତୀମାନଙ୍କୁ ଯୋଡ଼ାଯାଇ ସଚେତନ କରାଯାଉଛି।

ସମ୍ବନ୍ଧିତ ଖବର