ନନ୍ଦନକାନନରେ ଗୟଳ ଶାବକ ଜନ୍ମ

ବାରଙ୍ଗ: ଶୁକ୍ରବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଭାରତୀୟ ଗୟଳ ଶାବକ ଜନ୍ମଲାଭ କରିଛି। ନବଜାତ ଶାବକ ଓ ତାର ମା’ ଉଭୟ ସୁସ୍ଥ ଅଛନ୍ତି। ନନ୍ଦନକାନନରଗୟଳ ସଙ୍ଖ୍ୟା ୪କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ୨ଟି ପୁରୁଷ, ଗୋଟିଏ ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ନବଜାତ ଶାବକଟି ଅଛି। ପ୍ରଥମ କରି ଗତ ୨୦୧୫ମସିହା ମଇ ୨୬ ତାରିଖରେ ନନ୍ଦନକାନନକୁ ହଳେ ଭାରତୀୟ ଗୟଳ ପଞାବର ସତ୍‌ବୀର ଚିଡ଼ିଆଖାନାରୁ ୧୬ଟି ଜୀବଙ୍କ ପ୍ରତି ବଦଳରେ ଅଣାଯାଇଥିଲା। ସେହି ବର୍ଷ ଜୁନ୍‌ ମାସରେ ଆସିଥିବା ଗୟଳଙ୍କ ମିଳନରୁ ଗୌରୀ ନାମକ ମାଈ ଶାବକ ଜନ୍ମ ଲାଭ କରିଥିଲା। ଯାହାର ୨୦୧୬ ମସିହା ଜୁଲାଇ ୪ ତାରିଖରେ ଏକ ବର୍ଷ ବୟସରେ ନିମୋନିଆରେ ମୃତ୍ୟୁ ହୋଇଥିଲା। ପରେ ଗତ ୨୦୧୬ ମସିହା ଜୁଲାଇ ମାସ ୧୩ ତାରିଖରେ ଜନ୍ମଲାଭ କରିଥିଲା ଏକ ପୁରୁଷ ଶାବକ। ଯିଏ ଏବେ ଜୀବିତ ଅଛି। ଆଜି ଏକ ଶାବକ ଜନ୍ମଲାଭ ଫଳରେ ନନ୍ଦନକାନର ଭାରତୀୟ ଗୟଳ ସଂଖ୍ୟା ୪କୁ ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର