ଧଉଳି: ଧଉଳି ଥାନା ଅଞ୍ଚଳରୁ ଗତ ୨ଦିନ ମଧ୍ୟରେ ୧ଲକ୍ଷ ୨୦ ହଜାର ଟଙ୍କାର ୧୦ଟି ଗାଡ଼ି ବ୍ୟାଟେରି ଚୋରି ଯାଇଥିବା ଜଣାଯାଇଛି। ଏସଂପର୍କରେ ସଂପୃକ୍ତ ଗାଡ଼ି ମାଲିକମାନେ ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ମାମଲାରେ ସ୍ଥାନୀୟ ଶିଶୁପାଳଗଡ଼ ତଇଲା ସାହିର ସୁନୀଲ ଭୋଇ (୨୨)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହିତ ପୁଲିସ ତା’ ନିକଟରୁ ଗୋଟିଏ ଚୋରି ବ୍ୟାଟେରି ଜବତ କରିଛି। ଶିଶୁପାଳଗଡ଼ର ବାସୁଦେବ ବେହେରାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ସୁନୀଲକୁ ଗିରଫ କରିଥିଲା। ସେହିପରି ବାଲିଅନ୍ତା ଥାନା ପୁଲିସ ଅନ୍ୟ ଏକ ଚୋରି ମାମଲାରେ ସ୍ଥାନୀୟ ବେଣୁପୁର ଗ୍ରାମର ବବୁଲ ଓଝା ଓରଫ ବୁବୁ(୨୮)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ନିକଟରୁ ଏକ ଚୋରି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି।
୧.୨୦ ଲକ୍ଷ ଟଙ୍କାର ବ୍ୟାଟେରି ଚୋରି, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2022/07/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)