ଭୁବନେଶ୍ବର: କରୋନା ମହାମାରୀ ପାଇଁ ପୂର୍ବରୁ ଐତିିହାସିକ କଟକ ବାଲିଯାତ୍ରୀ ବନ୍ଦ ଘୋଷଣା ହୋଇଥିବା ବେଳେ ଏବେ ଭୁବନେଶ୍ବରରେ ହେଉଥିବା ବାଲିଯାତ୍ରା ବି ହେବ ବୋଲି ଘୋଷଣା ହୋଇଛି।
ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଆଖିରେ ରଖି,ଏବର୍ଷ ବାଲିଯାତ୍ରା ବାତିଲ ରଖିବାକୁ ନିଷ୍ପତ୍ତି କରାଗଲା I
ସ୍ଥିତିରେ ଉନ୍ନତ୍ତି ଆସିଲେ ଆସନ୍ତା ବର୍ଷ ଏହି ଉତ୍ସବକୁ ପୂର୍ବ ପରି ପାଳନ କରାଯିବ I
ଆଗରୁ କଟକରେ ବାଲିଯାତ୍ରା ସ୍ଥଗିତ ରହିଛି I
— COMMISSIONERATE POLICE (@cpbbsrctc) November 9, 2020
କମିସନରେଟ ପୁଲିସ୍ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ଯେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଏବର୍ଷ ବାଲିଯାତ୍ରା ବାତିଲ ରଖିବାକୁ ନିଷ୍ପତ୍ତି କରାଯାଇଛି। ସ୍ଥିତିରେ ଉନ୍ନତି ଆସିଲେ ଆସନ୍ତାବର୍ଷ ଏହି ଉତ୍ସବକୁ ପୂର୍ବ ପରି ପାଳନ କରାଯିବ ବୋଲି ସେ ସୂଚନା ଦେଇ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୩ ବର୍ଷ ହେଲା ଜରିପାଟଣାସ୍ଥିତ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ଭୁବନେଶ୍ବର ବାଲିଯାତ୍ରା ହୋଇ ଆସୁଥିଲା। ଏ ବର୍ଷ ବାଲିଯାତ୍ରାର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଥାନ୍ତା। କଟକ ପରି ଭୁବନେଶ୍ବର ବାଲିଯାତ୍ରାରେ ମଧ୍ୟ ପାରମ୍ପରିକ ଘରକରଣା ସାଙ୍ଗକୁ ଖାଦ୍ୟର ଷ୍ଟଲ୍ ସବୁ ଖୋଲିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bbsr-bali-jatra.jpg)