ଭୁବନେଶ୍ୱରରୁ ଆଜି ମୋଟ୍‌ ୮୮ ଜଣ କରୋନା ପଜିଟିଭ ଚିହ୍ନଟ, ୨୩୦ ଜଣ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୮୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଭଳି ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ତଳକୁ ଖସିଛି | ୮୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସହ ଆଜି ୨୩୦ଜଣ ସୁସ୍ଥ ହୋଇଛନ୍ତି | ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ରହିଛି ସୁସ୍ଥ ସଂଖ୍ୟା | ଚିହ୍ନଟ ହୋଇଥିବା ୮୮ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୧୭ଜଣ ସଂଗରୋଧ ଓ ୭୧ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଇଆରସି ଭିଲେଜରୁ ସର୍ବାଧିକ ୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ରସୁଲଗଡ଼ରୁ ୩ଜଣ, ନୟାପଲ୍ଲୀରୁ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି |

Image

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଓଲଡ଼ ଟାଉନ, ବଡ଼ଗଡ଼ ଓ ଜାଗମରାରୁ ୪-୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିଭଳି ପାତ୍ରପଡା ଓ ରସୁଲଗଡ଼ରୁ ୩-୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Image

ସମ୍ବନ୍ଧିତ ଖବର