ଭୁବନେଶ୍ବର: ୱାର୍ଡ ନମ୍ବର ୩୮ରେ ବିଜେପି କର୍ପୋରେଟର ପ୍ରାର୍ଥୀ ପାର୍ବତୀ ଜଗଦ୍ଦେବ(ସିନି) ପ୍ରଚାର ଆରମ୍ଭ କରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ, ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖଙ୍କ ସହ ଖୋଲା ଜିପ୍ରେ ବିରାଟ ଶୋଭାଯାତ୍ରାରେ ବାହାରି ସେମାନେ ନୂଆପଲ୍ଲୀ ଗଡ଼ସାହି, ବ୍ରିଟ୍ କଲୋନି, ବାଲିତୋଟା ସାହି, ନୀଳକଣ୍ଠନଗର ପ୍ରଭୃତି ଅଞ୍ଚଳରେ ବୁଲି ଭୋଟ୍ ଭିକ୍ଷା କରିଥିଲେ। ତାଙ୍କ ସହିତ ପୂର୍ବତନ ମଣ୍ଡଳ ସଭାପତି ଗୌତମ ବେହେରା, ପୂର୍ବତନ କର୍ପୋରେଟର ବେଣୁଧର ଜଗଦ୍ଦେବ, ବିଚିତ୍ରାନନ୍ଦ ଜେନା, ରିଙ୍କୁନ୍ ବଳିୟାରସିଂହ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ। ଭାଙ୍ଗି ଯାଇଥିବା କଲ୍ୟାଣମଣ୍ଡପ ତିଆରି, ଜଳ ନିସ୍କାସନ ସମସ୍ୟା ସମାଧାନ, ଗୋଷ୍ଠୀ ସ୍ବାସ୍ଥ୍ୟାକେନ୍ଦ୍ର, ଡ୍ରେନେଜ୍ ସମସ୍ୟା ସମାଧାନ, ପାର୍କ ଓ ଯୋଗ ଶିକ୍ଷାକେନ୍ଦ୍ର, କମ୍ୟୁନିଟି ସେଣ୍ଟର, ବସ୍ତିବାସିନ୍ଦାଙ୍କୁ ଥଇଥାନ ପ୍ରଭୃତି ପ୍ରତିଶ୍ରୁତି ନେଇ ସେମାନେ ଲୋକଙ୍କ ପାଖରେ ପହଞ୍ଚିଥିଲେ।
ଭୁବନେଶ୍ୱର ୱାର୍ଡ ନମ୍ବର ୩୮: ସାଂସଦ ଅପରାଜିତାଙ୍କ ସହ ପ୍ରଚାର କଲେ ସିନି
/sambad/media/post_attachments/wp-content/uploads/2022/03/d6g46da65gdgdgdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)