ବିଡିଏର ସବୁ କର୍ମଚାରୀ ଅଫିସ ଆସିବେ

ଭୁବନେଶ୍ବର : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ଆସିବେ। ଏବେ ସାଧାରଣ ଦିନ ଭଳି କାମ ହେବ। ବାଇଓମେଟ୍ରିକ ଉପସ୍ଥାପନ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ କର୍ମଚାରୀମାନେ ରେଜିଷ୍ଟରରେ ଦସ୍ତଖତ କରିବେ। କେବଳ କୋଭିଡ-୧୯ ପାଇଁ ବିଏମ୍‌ସିରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଛାଡ଼ି ସମସ୍ତେ ଅଫିସ୍‌ ଆସିବେ ବୋଲି ବିଡିଏର ଆଜି ନିର୍ଦ୍ଦେଶନାମା ବାହାରିଛି। କରୋନା ପାଇଁ ବିଡିଏରେ ରୋଷ୍ଟର ଡ୍ୟୁଟି ଚାଲିଥିବା ବେଳେ ୩୦% କର୍ମଚାରୀଙ୍କୁ ନେଇ କାମ ଚାଲିଥିଲା। ହେଲେ ଗୁରୁବାର ଠାରୁ ସମସ୍ତଙ୍କୁ ଅଫିସ ଆସିବାକୁ କୁହାଯାଇଛି। ଅପରପକ୍ଷେ କିଛି କର୍ମଚାରୀ କହିଛନ୍ତି ଯେ, ସାଧାରଣ ପ୍ରଶାସନ ବିଭାଗ ବିଭିନ୍ନ ବିଭାଗ ପା‌ଇଁ ଜାରି କରିଥିବା ଗାଇଡ୍‌ଲାଇନ୍ ଅନୁଯାୟୀ, ନଗର ଉନ୍ନୟନ ବିଭାଗ ଅଧୀନସ୍ଥ କାର୍ଯ୍ୟାଳୟରେ ୫୦% କର୍ମଚାରୀ କାମ କରିବେ। ତେଣୁ କରୋନା ଲକଡାଉନ୍‌ ହଟିବା ପର୍ଯ୍ୟନ୍ତ ଏହାକୁ ଲାଗୁ କରାଯାଉ।

ସମ୍ବନ୍ଧିତ ଖବର