ବସ୍ତି ଭାଙ୍ଗିଦେଲା ବିଡିଏ

ଖଣ୍ଡଗିରି: ଆଜି ସ୍ଥାନୀୟ ଶ୍ୟାମପୁର ଅଞ୍ଚଳରେ ନୂତନଭାବେ ଏକ ଗଢ଼ି ଉଠୁଥିବା ବସ୍ତିକୁ ବିଡିଏ ଓ ବିଏମ୍‌ସି ମିଳିତଭାବେ ଭାଙ୍ଗି ଦେଇଛନ୍ତି। ପ୍ରାୟ ୩ ଏକର ସରକାରୀ ଜମି ଜବରଦଖଲ ମୁକ୍ତ ହୋଇଛି। ଶ୍ୟାମପୁର ପଣ୍ଡାକୁଡ଼ିଆରେ ଥିବା ପ୍ଲଟ୍‌ ନମ୍ବର ୬୧୯ ଓ ୬୧୯/୧୧୯୪ରେ ଥିବା ପ୍ରାୟ ୩ ଏକର ସରକାରୀ ଜମିରେ ଏକ ବସ୍ତି ଗଢ଼ି ଉଠିବାକୁ ଯାଉଥିଲା। ମାଫିଆମାନଙ୍କଠାରୁ ପ୍ରାୟ ୩୦ ଜଣ ଲୋକ ଏଠାରେ ପ୍ଲଟ୍‌ କିଣି ଗୃହ ନିର୍ମାଣ କରୁଥିଲେ। ୨୮ଟି ଘର ନିର୍ମାଣ କାମ ଚାଲିଥିଲା ଓ ପ୍ରାୟ ୭ ଶହ ଫୁଟର ପାଚେରି ଘେରା ହୋଇ କିଛି ପ୍ଲଟ୍‌ ରହିଥିଲା। ବସ୍ତି ଗଢ଼ା ହେଉଥିବା ଅଭିଯୋଗ ପାଇବା ପରେ ଆଜି ବିଡିଏ ଓ ବିଏମ୍‌ସି ପକ୍ଷରୁ ମିଳିତଭାବେ ଉଚ୍ଛେଦ ଆରମ୍ଭ ହୋଇଥିଲା। ବିଡିଏର ଏନ୍‌ଫୋର୍ସମେଣ୍ଟ ସ୍କ୍ଵାଡ୍‌ ଅଧିକାରୀ ପ୍ରମୋଦ ପାତ୍ର, ଶୁଭ୍ରାଂଶୁ ଶେଖର ମହାନ୍ତି ଓ ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ବିଡିଏ ଏହି ପ୍ଲଟ୍‌କୁ ଖୁବ୍‌ ଶୀଘ୍ର ପାଚେରି ଘେରାଇ ଭବିଷ୍ୟତରେ ଜବରଦଖଲକାରୀଙ୍କ କବଳରୁ ସୁରକ୍ଷା ଦେବ ବୋଲି ଯୋଜନା କରିଛି।

ସମ୍ବନ୍ଧିତ ଖବର