ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ମୁକ୍ତାକାଶ ମୂର୍ତ୍ତି ପ୍ରଦର୍ଶନ ସଂଗ୍ରହାଳୟ। କଳିଙ୍ଗନଗର କେ-୭ ପଡ଼ିଆରେ ଏହି ସଂଗ୍ରହାଳୟ ଖୋଲାଯିବାର ଯୋଜନା କରାଯାଇଛି। ଓଡ଼ିଶାରେ ସାମାଜିକ ଓ ସାଂସ୍କୃତିକ କଳାର ବିକାଶ ଓ ଅଭିବୃଦ୍ଧିକୁ ପ୍ରୋତ୍ସାହନ କରିବା ଦିଗରେ ଏନ୍ପିଇକ୍ ଆର୍ଟିଷ୍ଟ ନେଟ୍ୱାର୍କ ପ୍ରମୋଟିଂ ଇଣ୍ଡିଆନ୍ କଲଚର୍ ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଭୁବନେଶ୍ବରରେ ଭାରତର ସର୍ବପ୍ରଥମ ଅନ୍ତର୍ଜାତୀୟ ସାର୍ବଜନୀନ ଆର୍ଟ ସିମ୍ପୋଜିୟମ୍ ଆୟୋଜିତ ହେବାକୁ ଯାଉଛି। ଏହାର ପ୍ରକ୍ରିୟାକରଣ ନଭେମ୍ବର ୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୫ଟି ଦେଶରୁ ପ୍ରସିଦ୍ଧି ଲାଭ କରିଥିବା ଦକ୍ଷ ଓ କୁଶଳୀ ଶିଳ୍ପୀ ପ୍ରମୁଖ ଯୋଗଦେଇ ଅଦରକାରୀ ବସ୍ତୁରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରିବେ। ଏହା ବିଡିଏ ପକ୍ଷରୁ ଓଡ଼ିଶାର ସର୍ବସାଧାରଣଙ୍କ ନିମନ୍ତେ ଏକ ସ୍ଥାୟୀ ମୁକ୍ତାକାଶ ମୂର୍ତ୍ତି ପ୍ରଦର୍ଶନ ସଂଗ୍ରହାଳୟର ରୂପ ନେବ। ଓଡ଼ିଶା ଟ୍ରିନିଆଲ ଅଫ୍ ଇଣ୍ଟରନ୍ୟାସନାଲ ଆର୍ଟ (ଓଟିଆଇଏ) ଅନ୍ତର୍ଭୁକ୍ତ ଏନ୍ପିଇକ୍ର ୪୦ ଦିନିଆ କାର୍ଯ୍ୟକ୍ରମରେ ଆଇପିଏଏସ୍ ହେଉଛି ଭାରତର ସର୍ବପ୍ରଥମ ଲାଇଭ୍ ମୂର୍ତ୍ତିକଳା ଯୋଜନା। ଏହି କାର୍ଯ୍ୟକ୍ରମରେ ଭାରତ ସହ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ସାଉଥ୍ ଆଫ୍ରିକା, ମାଲେସିଆ, ସ୍ବିଡେନ୍, ଚାଇନା, ଇଂଲଣ୍ଡ, କାନାଡା, ବେଲଜିୟମ୍, ନ୍ୟୁଜଲ୍ୟାଣ୍ଡ, ସ୍ପେନ୍, ଆୟରଲାଣ୍ଡ ପ୍ରମୁଖ ଅଂଶଗ୍ରହଣ କରିବେ। ଏହାସହ ୨୦ ଜଣ ଦକ୍ଷ କାରିଗରୀ ଶିଳ୍ପୀଙ୍କ ସହିତ ୨୦ଜଣ ଯୁବଶିଳ୍ପୀ ସହଯୋଗ କରିବେ। ଏହି କାର୍ଯ୍ୟକ୍ରମ ୨୦ ଦିନ ପର୍ଯ୍ୟନ୍ତ ଚାଲିବ। ବର୍ଜ୍ୟବସ୍ତୁ, ଟାୟରେ୍, ଆଇରନ୍, ରବର ଆଦି ବର୍ଜ୍ୟବସ୍ତୁରେ ଏହି ମୂର୍ତ୍ତି ସବୁ ନିର୍ମାଣ କରାଯିବ। ଶେଷ ଦିନ ଏହି ମୁକ୍ତାକାଶ ପ୍ରତିମୂର୍ତ୍ତି ସଂଗ୍ରହାଳୟର ଉଦ୍ଘାଟନ କରାଯିବ। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ପରିବେଶ ଜଳବାୟୁ ପରିବର୍ତ୍ତନ ଓ ଅଦରକାରୀ ବସ୍ତୁର ପୁନଃବିନିଯୋଗ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବ ବୋଲି ହୋଟେଲ କ୍ରାଉନ୍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନ୍ପିଇକ୍ର ମ୍ୟାନେଜିଂ ଟ୍ରଷ୍ଟି ଶଶାଙ୍କ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ କଳା ହେଉଛି ଏକ ସାର୍ବଜନୀନ ଭାଷା। ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ କାମରେ ଆସିଥାଏ। ଏହି ଆର୍ଟ ସିମ୍ଫୋଜିୟମ୍ ଜରିଆରେ ଓଡ଼ିଶା ଓ ଦେଶର ଜୈବବିବିଧତା ଓ ପରିବେଶରେ ସାମାଜିକ ପରିବର୍ତ୍ତନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିବା ହେଉଛି ଏହାର ମୌଳିକ କର୍ତ୍ତବ୍ୟ। ଏହି କଳାକୃତିଗୁଡ଼ିକ ବିଶେଷତଃ ପରିବେଶଭିତ୍ତିକ ବାର୍ତ୍ତାକୁ ପ୍ରଚାର କରିବା ସହ ବିଭିନ୍ନ ସମସ୍ୟା ଯଥା ଗ୍ଲୋବାଲ ୱାର୍ମିଂ, ଗଛକଟା, ବନ୍ୟା, ଦୈବ ଦୁର୍ବିପାକ, ହତ୍ୟା, ଅବୈଧ ଶିକାରରେ ଯେଉଁମାନେ ଅସୁରକ୍ଷିତ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା। ଏହାସହ ସରକାରଙ୍କ ସଚେତନତା କାର୍ଯ୍ୟକ୍ରମ ଯଥା ପ୍ଲାଷ୍ଟିକ୍ମୁକ୍ତ ସହିତ ସବୁଜଗୃହ ଗ୍ୟାସ୍କୁ କମାଇବା, ପ୍ରଦୂଷଣ ରୋକିବା ଆଦିକୁ ମଧ୍ୟ ଆହ୍ବାନ କରାଯାଇ ପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। କାର୍ଯ୍ୟକ୍ରମରେ ଏନ୍ପିଇକ୍ର ଟ୍ରଷ୍ଟି ଭବାନୀ ଚଇନି, ବିଡିଏର କାର୍ଯ୍ୟକର୍ତ୍ତା ସୁପର୍ଣ୍ଣା ସୁରଭିତା, କ୍ୟୁରେଟର୍ କାନ୍ତକିଶୋର ମହାରଣା, ରାଜେନ୍ଦ୍ର ପଟେଲ ଓ କ୍ଷୀତିଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ନିର୍ମାଣ ହେବ ସ୍ଥାୟୀ ମୁକ୍ତାକାଶ ମୂର୍ତ୍ତି ପ୍ରଦର୍ଶନ ସଂଗ୍ରହାଳୟ
ବର୍ଜ୍ୟ ବସ୍ତୁରେ ତିଆରି ହେବ ବିଭିନ୍ନ ମୂର୍ତ୍ତି
/sambad/media/post_attachments/wp-content/uploads/2017/12/BDA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)