ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନଖରାରେ ୬୦୦ଟି ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍) ଲୋକଙ୍କ ପାଇଁ ଘର ନିର୍ମାଣ ହେବ। ୬ଏକର ଜମିରେ ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଆଜି ଆରଏଫ୍ପି ଆହ୍ଵାନ ହୋଇଛି। ସହରାଞ୍ଚଳରେ ସମସ୍ତଙ୍କୁ ଘର ଯୋଜାନରେ ଏହି ଘର ନିର୍ମାଣ କରାଯିବ ବୋଲି କୁହାଯାଇଛି। ଏହି ପ୍ରକଳ୍ପ ୬ଏକର ଜମିରେ ନିର୍ମାଣ ହେବାକୁ ଥିବାବେଳେ ୪ଏକର ଜମିରେ ୬୦୦ ଘର ନିର୍ମାଣ ହେବ। ବାକି ୨ ଏକର ଜମି ଘର ନିର୍ମାଣ କରିବାକୁ ଥିବା ସଂସ୍ଥାକୁ ଦିଆଯିବ। ଯାହା ସେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ। ଜି+୩ ମହଲାରେ ଏହି ଗୃହ ପ୍ରକଳ୍ପ ନିର୍ମାଣ ହେବ। ନିର୍ମାଣକାରୀ ସଂସ୍ଥାକୁ ଟେଣ୍ଡର ମିଳିବାର ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବ। ଏଠାରେ ବାସିନ୍ଦାଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ସୁଯୋଗ ରହିବ।
ନଖରାରେ ବିଡିଏ କରିବ ୬୦୦ ଇଡବ୍ଲ୍ୟୁଏସ୍ ଘର
/sambad/media/post_attachments/wp-content/uploads/2018/07/BDA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)