ଭୁବନେଶ୍ବର : କ‌ରୋନା ଡରରେ ସରକାରୀ ବା ବେସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ବିଡିଏ ପକ୍ଷରୁ ମଧ୍ୟ ଏଭଳି ବ୍ୟବସ୍ଥା ହୋଇଛି। ପ୍ଲାନିଂ ସେକ୍ସନ୍‌ ବାହାରେ ଥିବା ସୁରକ୍ଷା କର୍ମୀ ଜଣକ ଯେଉଁମାନେ ପ୍ଲାନିଂ ସେକ୍ସନକୁ ଆସୁଥିଲେ, ସେମାନଙ୍କ ଥର୍ମାଲ ସ୍କିନିଂ କରୁଥିଲେ। ମାତ୍ର ସଂପୃକ୍ତ ସୁରକ୍ଷା କର୍ମୀ ଜଣକ ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁରକ୍ଷା କର୍ମୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଡିଏ କର୍ମଚାରୀମାନଙ୍କ ମଧ୍ୟରେ ଛନକା ପଶି ଯାଇଛି।

Advertisment

ସୂଚନା ଅନୁସାରେ, ସଂପୃକ୍ତ ସୁରକ୍ଷା କର୍ମୀଜଣକ ଦୁଇ ଦିନ ତଳେ ଆଖି ଅପରେସନ୍‌ ପାଇଁ କ୍ୟାପିଟାଲ ହସ୍ପିଟାଲ ଯାଇଥିଲା। ସେଠାରେ ତାଙ୍କର କୋଭିଡ ନମୁନା ପରୀକ୍ଷା କରାଯାଇଥିଲା। ଆଜି ରିପୋର୍ଟ ପଜିଟିଭ୍ ଆସିବା ପରେ ଅପରାହ୍‌ଣରେ ହଠାତ୍ ସମସ୍ତ କର୍ମଚାରୀଙ୍କୁ ଘରକୁ ପଳାଇବାକୁ କୁହାଯାଇଥିଲା। କର୍ମଚାରୀମାନେ ମଧ୍ୟ ପଳାଇ ଯାଇଥିଲେ। ତେବେ ସଂପୃକ୍ତ ସୁରକ୍ଷା କର୍ମୀଜଣକ କେଉଁ କେଉଁ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କ କଣ୍ଟାକ୍ଟ ‌ଟ୍ରେସିଂ ଜାରି ରହିଥିବା ଜଣାପଡ଼ିଛି। ଶନିବାର ଓ ରବିବାର ସଟ୍‌ଡାଉନ୍‌ ‌ରହିଥିବାରୁ ଏହି ସମୟରେ ବିଡିଏ କାର୍ଯ୍ୟାଳୟକୁ ବିଶୋଧନ କରାଯିବ। ପରବର୍ତୀ ସମୟରେ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଆସିବା ଲାଗି କୁହାଯାଇପାରେ ବୋଲି ସୂଚନା ମିଳିଛି।