ସଚେତନ ନ ହେଲେ ଭୟଙ୍କର ବିପଦ

ବିଶ୍ୱ ଆର୍ଦ୍ରଭୂମି ଦିବସରେ ନନ୍ଦନକାନନରେ ଚିନ୍ତା ପ୍ରକଟ

ବାରଙ୍ଗ: ସଙ୍କଟରେ ନନ୍ଦନକାନନର କାଞ୍ଜିଆ ଭଳି ଆର୍ଦ୍ରଭୂମି ବା ପ୍ରାକୃତିକ ହ୍ରଦ ସବୁ। ମଣିଷ ଦ୍ୱାରା ପକାଯାଉଥିବା ଆବର୍ଜନାରେ ପୋତି ହେବାରେ ଲଗିଛି। ଛଡାଯାଉଥିବା ନାଳନର୍ଦମାର ଜଳରେ ରାସାୟନିକ ଦ୍ରବ୍ୟ ଅପମିଶ୍ରିତ ହୋଇ ଜବ ବିବିଧତା ନଷ୍ଟ ହେବାରେ ଲାଗିଛି। ଏହାର ମଧ୍ୟରେ ବିଭିନ୍ନ ପ୍ରଜାତିର ଜଳଜ ଓ ଜଳଚର ଜୀବ ବସବାସ କରନ୍ତି। ହ୍ରଦ ସବୁ ପ୍ରାକୃତିକ ଗଛିତ ଜଳ ଭଣ୍ଡାର। ବର୍ଷା ଦିନରେ ଅଧିକ ବର୍ଷା ଜଳକୁ ନିୟନ୍ତ୍ରଣ କରି ବନ୍ୟାକୁ ରୋକିବାରେ ସହାୟକ ହୁଏ। ଖରା ଦିନରେ ଏହାର ଜଳ କେବଳ ତୃଷ୍ଣା ମୋଏ ନାହିଁ। ଏହି ଜଳାଶୟ ସବୁ ଭୂତଳ ତାପ ମାତ୍ର ନିୟନ୍ତ୍ରଣ ଓ ବାୟୂମଣ୍ଡଳର ଉତାପ ନିୟନ୍ତ୍ରଣ କରି ଭୂକମ୍ପ,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ନିୟନ୍ତ୍ରଣରେ ସହାୟକ ହୋଇଏ। ଏବେ ଠାରୁ ଆର୍ଦଭୂମୀ ସୁରକ୍ଷା ପ୍ରତି ସତେନ ନହେଲେ ସଗ୍ର ବିଶ୍ୱରେ ମାଡି ଆସବ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ। ଅସ୍ତିତ୍ୱ ହରାଇବ ଜୀବଜଗତ। ଆଜି ବିଶ୍ୱ ଆର୍ଦଭୂମୀ ଦିସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରର କାଞିଆହ୍ରଦ କୂଳରେ ନିର୍ଦ୍ଦେଶକ ଶିଶିର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିବା ସଚେତନତା ସଭାରେ ଚିନ୍ତାପ୍ରକଟ କରିଛନ୍ତି ଅତିଥୀ,ନନଦନକାନନ ଅଧିକାରୀ,କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ନନ୍ଦନକାନନ ପରିସରରେ ବ୍ୟୋନର ଧରି ଏକ ସଚେତନତା ଶୋଭାଯାତ୍ରା କରିଥିଲେ। ନନ୍ଦନକାନନର ଡିସିଏଫ୍‌ କମଳଲୋଚନ ପୁରୋହିତ,ବରିଷ୍ଠ ବନ୍ୟପ୍ରାଣୀ ଚିକିତ୍ସକ ବଳରାମ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥୀ ପରିଚୟ ପ୍ରଦାନ କରିଥିଲେ। ଡବ୍ଲ୍ୟୁ. ଡବ୍ଲ୍ୟ,ଏଫ୍‌ର ରାଜ୍ୟ ସଂଯୋଜକ ମାଇକେଲ ପିଟରଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର କୁଇଜ୍‌ ପ୍ରତି ଯୋଗୀତା କରି ପୁରଷ୍କାର ଦିଆଯାଇଥିଲା। ପର୍ଯ୍ୟଟକ ପରିଚାଳନା ବିଭାଗ ଏସି.ଏଫ୍‌ ଅମୁଲ୍ୟ କୁମାର ପରିଡା,ବାୟୋଲୋଜିଷ୍ଟ ଆର.କେ ମହାପାତ୍ର,ନନ୍ଦନକାନନ ଶିକ୍ଷା ବିଭାଗର ଏମ୍‌.କେ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧନ୍ୟବାଦ ଦେଇଥିଲେ ଜନ୍ତୁ ବିଭାଗ ଏସିଏଫ୍‌ ଅଞନ କୁମାର ମହାନ୍ତି।

ସମ୍ବନ୍ଧିତ ଖବର