କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ବେଡ଼ର ଅଭାବ ନାହିଁ: ନିର୍ଦେଶକ ଲଷ୍ମୀଧର ମହାପାତ୍ର

ଭୁବନେଶ୍ବର: ମହାମାରୀ କରୋନା କାଳରେ ଏବେ ଲୋକଙ୍କ ଚିନ୍ତ‌ାର କାରଣ ପାଲଟିଛି ଡେଙ୍ଗୁ ଜ୍ବର। ଗତକାଲି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଜ୍ବର ରହିଥିବା ୮୭ ଜଣଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଛି। ତେବେ ଏ ନେଇ କ୍ୟାପିଟାଲ ହିସ୍ପିଟାଲ ନିର୍ଦେଶକ ଲଷ୍ମୀଧର ମହାପାତ୍ର କହନ୍ତି, ‘କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଟିକେ କମ୍‌ ରହିଥିବାରୁ ଡେଙ୍ଗୁ ରୋଗୀଙ୍କ ପାଇଁ ଶଯ୍ୟା ଯୋଗାଡ଼ ହୋଇଯାଉଛି। ୫୬ ଜଣ ଡେଙ୍ଗୁ ରୋଗୀ ହସ୍ପିଟାଲ୍‌ ବେଡ୍‌ରେ ରହିଛନ୍ତି। କେବଳ ସେତିକି ନୁହେଁ, ପ୍ରତିଦିନ ୧୦ରୁ ୧୫ ଜଣ ନୂଆ ଡେଙ୍ଗୁ ରୋଗୀ ହସ୍ପିଟାଲ୍‌ରେ ଭର୍ତ୍ତି ହେଉଛନ୍ତି। ଡେଙ୍ଗୁ ରୋଗୀ ସଂଖ୍ୟା ଆଗକୁ ବଢିଚାଲିଲେ ପ୍ଲେଟଲେଟର ଅଭାବ ନିହାତି ପଡିପାରେ। ପ୍ରତିଦିନ ପ୍ରାୟ ଡେଙ୍ଗୁ ଚିକିତ୍ସା ପାଇଁ ୧୫ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ଲେଟଲେଟ ଦିଆଯାଉଛି।’

ସମ୍ବନ୍ଧିତ ଖବର