ବନ୍ଧା ହେଲେଣି ୩୬୯, ୫ଲକ୍ଷ ଟଙ୍କା ଜରିମାନା ଆଦାୟ, ପୂଜା ପୂର୍ବରୁ କମିସନରେଟ୍‌ ପୁଲିସର ତନାଘନା

ଭୁବନେଶ୍ବର: ଦୁର୍ଗାପୂଜା ଓ ଭସାଣିକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି କମିସନରେଟ ପୁଲିସ ପ୍ରସ୍ତୁତି ଜୋରଦାର କରିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପୁଲିସ କମିସନର୍‌ ସତ୍ୟଜିତ୍ ମହାନ୍ତି। କମିସନରେଟ୍ ପୁଲିସ ପକ୍ଷରୁ ଗତ ୨୩ ତାରିଖଠାରୁ ଆରମ୍ଭ କରାଯାଇଥିବା ସ୍ପେସାଲ୍‌ ଡ୍ରାଇଭ୍‌ରେ ଏବେସୁଧା ୩୬୯ ଜଣ ଅପରାଧୀଙ୍କୁ ପୁଲିସ ବାନ୍ଧି ସାରିଲାଣି। ପ୍ରଥମ ସପ୍ତାହରେ ୧୪୩ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବା ‌େବଳେ ଦ୍ବିତୀୟ ସପ୍ତାହରେ ୧୧୪ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଚଳିତ ସପ୍ତାହରେ ଅର୍ଥାତ ୯ ତାରିଖରୁ ୧୨ ତାରିଖ ମଧ୍ୟରେ ୫୯ଜଣଙ୍କୁ ବନ୍ଧା ଯାଇଛି। ଯେଉଁଥିରେ ୧୫ଜଣ ଅଭ୍ୟାସଗତ ଅପରାଧୀ ଅଛନ୍ତି। ସେହିପରି ଏହି ସମୟରେ ବିଭିନ୍ନ ଥାନାରେ ୩୭ଟି ବେଆଇନ୍ ମଦ କାରବାର ମାମଲାରେ ଅପରାଧୀଙ୍କୁ ବନ୍ଧାଯିବା ସହ ୫ଲକ୍ଷ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାଛଡ଼ା ଖଣ୍ଡଗିରି, ଧଉଳି, ବାରଙ୍ଗ ଥାନା ଅଞ୍ଚଳରେ କରାଯାଇଥିବା ନାଇଟ୍‌ ବ୍ଲକିଂ ‌େବଳେ ବହୁ ମଦ୍ୟପ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଥିଲା। ଖୁବ୍‌ଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର