ଭୁବନେଶ୍ବର : ରାଜଧାନୀକୁ ଭିକାରୀମୁକ୍ତ କରିବା ପାଇଁ ବିଏମ୍ସି ଅଭିଯାନ ଆରମ୍ଭ କରିଛି। ତେବେ ଏଥିରେ ଅଡ଼ୁଆ ସାଜିଛନ୍ତି ଅଣଓଡ଼ିଆ ବଞ୍ଜାରା। ରାଜଧାନୀରେ ପାଖାପାଖି ୩ଶହରୁ ଅଧିକ ବଞ୍ଜାରା ରହୁଛନ୍ତି। ଏମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତିରେ ଲିପ୍ତ ରହୁଛନ୍ତି। ତେଣୁ ସେମାନଙ୍କୁ ଏହି ବୃତ୍ତିରୁ ନିବୃତ୍ତ ରଖିବାକୁ ବିଏମ୍ସି ଅଭିଯାନ ଆରମ୍ଭ କରିଛି। ବଞ୍ଜାରାମାନଙ୍କୁ ଭିକ୍ଷା ବୃତ୍ତିରେ ସାମିଲ ନ ହେବାକୁ ପ୍ରୋତ୍ସାହିତ କରୁଛି ବିଏମ୍ସି। ବିଏମ୍ସି ଓ କମିସନରେଟ ପୁଲିସର ମିଳିତ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ସ୍ବେଚ୍ଛାସେବୀମାନେ ସହଯୋଗ କରୁଛନ୍ତି। ଭିକ୍ଷାବୃତ୍ତିରେ ଲିପ୍ତ ବ୍ୟକ୍ତିମାନଙ୍କୁ ଥଇଥାନ କରିବା ଲାଗି ବିଏମ୍ସି ପକ୍ଷରୁ ଉଦ୍ୟମ ଜାରି ରହିଛି।
ରାଜଧାନୀରେ ରହୁଛନ୍ତି ୩ଶହରୁ ଅଧିକ ବଞ୍ଜାରା, ଭିକ୍ଷା ବୃତ୍ତି ବିରୋଧରେ ବିଏମ୍ସି, ପୁଲିସ୍ର ଅଭିଯାନ
/sambad/media/post_attachments/wp-content/uploads/2020/03/begger.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)