ମେଣ୍ଢାଶାଳ : ଗତ ଶନିବାର ବିଳମ୍ବିତ ରାତିରେ ଅଦିନିଆ ବର୍ଷା ସାଙ୍ଗକୁ କାଳବୈଶାଖୀ ଝଡ଼ ଆରମ୍ଭ ହୋଇଥିଲା। ଏହି ଝଡ଼ ଅଧଘଣ୍ଟାରେ ସବୁ ବେହାଲ କରିଦେଇଥିଲା। ଛତାବର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ୫୦ରୁ ଅଧିକ ଦୋକାନ ବଜାର ଛାରଖାର କରିଦେଇଥିଲା। ସେହିପରି ଚନ୍ଦକା, କୁଜୁମହଲ, ଭୋଳା, କଣ୍ଟାବାଡ଼, ଗିରିଙ୍ଗାପୁଟ ଆଦି ବଜାର ଆଶିଂକ କ୍ଷତି ହୋଇଥିଲା। ଏହାର ପ୍ରଭାବରେ ବହୁ ବିଦ୍ୟୁତ ଖୁଣ୍ଟ ଓ ଗଛ ଉପୁଡ଼ି ପଡିଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଝଡ଼ ଯୋଗୁଁ ଛତାବର-ମଦନପୁର ରାସ୍ତାର ଅରିଶଳ ଗ୍ରାମ ନିକଟସ୍ଥ ଏକ ୩୩ କେଭି ବିଦ୍ୟୁତ ଖୁଣ୍ଟ ମୋଡ଼ି ହୋଇ ରାସ୍ତାରେ ପଡ଼ିଥିଲା। ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ଝଡ଼ ଯୋଗୁଁ ଚାଷୀ ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବହୁ ଚାଷୀଙ୍କର ଧାନ ଫସଲ ନଷ୍ଟ ହୋଇଛି।
କାଳବୈଶାଖୀ ଝଡ଼ରେ ବେହାଲ ଛତାବର ବଜାର
/sambad/media/post_attachments/wp-content/uploads/2021/05/4fxh54fs56h4f5s6hhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)