ଭୁବନେଶ୍ୱର: ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଚଳଚ୍ଚିତ୍ରରେ ପୌରାଣିକ ଚରିତ୍ର ହେଉ ଅଥବା ‘ମାଲ୍ୟଗିରି’ରେ ଗାଉଁଲି ଝିଅ ସବୁଥିରେ ନିଜ ଅଭିନୟର ପରାକାଷ୍ଠା ଦେଖାଇ ପାରିଛନ୍ତି ଅଭିନେତ୍ରୀ ଶିବାନୀ ସଙ୍ଗୀତା। ୬ ବର୍ଷ ବୟସରୁ ଶିଶୁ କଳାକାର ଭାବେ ଓଡ଼ିଆ ଧାରାବାହିକ ଓ ପରେ ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକାଦୃତି ଲାଭ କରିପାରିଛନ୍ତି। ଦୂରଦର୍ଶନରେ ପ୍ରସାରିତ ଓଡ଼ିଆ ଧାରାବାହିକ ‘ଉତ୍ତରଦାୟୀ’ରେ ସେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ। ୨୦୦୯ ମସିହାରେ ଶିଶୁ କଳାକାର ଭାବେ ଅଭିନୀତ ଚଳଚ୍ଚିତ୍ର ‘ମିତରେ ମିତ’, ‘ପହିଲି ରଜ’, ‘ଗୁଡ୍ ବୟ’ ତାଙ୍କୁ ଲୋକପ୍ରିୟ କରାଇଥିଲା। ମାତ୍ର ୧୭-୧୮ ବୟସରେ ବାବୁସାନଙ୍କ ସହିତ ତାଙ୍କ ଚଳଚ୍ଚିତ୍ର ‘ସିଷ୍ଟର ଶ୍ରୀଦେବୀ’ ତାଙ୍କୁ ଘରେ ଘରେ ପରିଚୟ ଦେଇଥିଲା। ଏହା ପରେ ‘ପ୍ରେମ୍ କୁମାର’, ‘ବାବୁ ଭାଇଜାନ୍’, ‘ବିଦ୍ୟାରାଣ’, ‘କିସ୍ମିସ୍’, ‘ମାଲ୍ୟଗିରି’, ‘ଚାରିଧାମ’ରେ ତାଙ୍କ ନିଖୁଣ ଅଭିନୟ ତାଙ୍କୁ ଓଲିଉଡ୍ର ଆଗଧାଡ଼ିର ନାୟିକା ଭାବେ ସ୍ବୀକୃତି ଦେଇଛି। ୨୦୧୯ ମସିହାରେ ଚଳଚ୍ଚିତ୍ର ‘ପ୍ରେମ କୁମାର’ ପାଇଁ ସେ ଓଡ଼ିଆ ଫିଲ୍ମ ଫେୟାର ଆଵାର୍ଡ ମଧ୍ୟ ପାଇଛନ୍ତି। କେବଳ ଅଭିନୟ ନୁହେଁ ଉଭୟ ଆଧୁନିକ ଓ ଶାସ୍ତ୍ରୀୟ ନୃତ୍ୟରେ ସେ ନିପୁଣା। ସଙ୍ଗୀତର ରୁଚି ତାଙ୍କୁ କଣ୍ଠଶିଳ୍ପୀର ପରିଚୟ ବି ଦେଇଛି। ଆଗକୁ ବହୁ ଆଞ୍ଚଳିକ ଭାଷାରେ ଚଳଚ୍ଚିତ୍ର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ହେଲେ ପ୍ରାଥମିକତାରେ ଓଡ଼ିଆ ଚଳଚ୍ଚିତ୍ର ରହିବ ବୋଲି ଶପଥ ନେଇଛନ୍ତି। ତାଙ୍କ ମତରେ ତାଙ୍କ ବୃତ୍ତିରେ ଥିବା ଭଲ ଓ ମନ୍ଦକୁ ନେଇ ଆମର ଉପସ୍ଥାପନା।
ଭଲ
8ଜଣେ କଳାକାର ହେବା ହେଉଛି ଭଗବାନଙ୍କ ଆର୍ଶୀବାଦ। ଏତେ ଲୋକଙ୍କ ଭଲ ପାଇବା ମିଳିବା ଭାଗ୍ୟରେ ଥିଲେ ମିଳେ। ପ୍ରତ୍ୟେକ ଚରିତ୍ରରେ ଆମ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ଜୀବନ ବଞ୍ଚିବା ସହିତ ତାଙ୍କ ପରମ୍ପରା ଓ ସଂସ୍କୃତି ସହ ଯୋଡ଼ି ହେଉ। ସୁଟିଂ ସେଟ୍ରେ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ସଦସ୍ୟ ଆମର ଯତ୍ନ ନିଅନ୍ତି ଓ ସ୍ନେହ ଦିଅନ୍ତି।
ମନ୍ଦ
ସତ କହିବାକୁ ଗଲେ ମତେ କିଛି ମନ୍ଦ ଲାଗେ ନାହିଁ। ଏତେ କଠିନ ପରିଶ୍ରମ କରିବା ପରେ ଯେତେବେଳେ ଦର୍ଶକମାନେ ପ୍ରଂଶସା ମିଳେ ସେତେବେଳେ ସବୁ କଷ୍ଟ ଦୂର ହୋଇଯାଏ। ଆମେ କୌଣସି ଇଣ୍ଡଷ୍ଟ୍ରିଠାରୁ କମ୍ ନୁହେଁ। ପରିଶ୍ରମ କଲେ ଏବଂ ଭଲ କାହାଣୀ ରଚନା ହେଲେ ଆମେ ଯେ କୌଣସି ଇଣ୍ଡଷ୍ଟ୍ରିକୁ ବି ପଛରେ ପକେଇ ପାରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/new-project-3-2025-10-29-11-09-44.jpg)
