ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ଏକ ଘରୋଇ ସଂସ୍ଥାର ଅଫିସ୍ ଭିତରୁ ଜଣେ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଇଞ୍ଜିିନିୟରଙ୍କ ନାମ ବୈଜୟନ୍ତ ପ୍ରସାଦ ମହାନ୍ତି। ଏକ ପ୍ରେମ ବ୍ୟାପରକୁ ନେଇ ଏହି ଯୁବକଙ୍କୁ ହତ୍ୟା କରାଯାଇଥିିବା ଜଣାଯାଇଛି।ଏହି ମାମଲାରେ ଲକ୍ଷ୍ମୀସାଗର ପୋଲିସ ଜଣେ ଯୁବକ ଓ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ଯୁବତୀ ଜଣକ ମୃତ ଯୁବକଙ୍କ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁ ବୋଲି ସୂଚନା ମିଳିଛି।ତ୍ରୀକୋଣୀୟ ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ଚର୍ଚ୍ଚା ହେଉଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କଟକ ଶଙ୍କରପୁର ଅଞ୍ଚଳର ବୈଜୟନ୍ତ ପ୍ରସାଦ ମହାନ୍ତି ନାମକ ଜଣେ ଯୁବକ ନିଜ ପାସପୋର୍ଟ ନବୀକରଣ ପାଇଁ ଭୁବନେଶ୍ୱର ଆସିଥିଲେ। ତେବେ ତାଙ୍କୁ ତାଙ୍କ ପ୍ରେମିକା ଏକ ଘରୋଇ ସଂସ୍ଥାର ଅଫିସକୁ ଡାକିଥଲେ। ସେଠାରେ ଶ୍ରୀ ମହାନ୍ତି ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲାା ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରେମିକା ଓ ସେଠାରେ ଉପସ୍ଥିତ ଥିବା ତାଙ୍କର ଆଉ ଜଣେ ପୁରୁଷ ବନ୍ଧୁୁ ଶ୍ରୀ ମହାନ୍ତିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଉଭୟ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁୁ ଯାଇ ଳକ୍ଷ୍ମୀସାଗର ଥାନାରେ ଆଜି ସକାଳେ ଆତ୍ମ ସମର୍ପଣ କରିଛନ୍ତି ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ପ୍ରେମିକଙ୍କୁ ହତ୍ୟା କଲେ ପ୍ରେମିକା, ପୁରୁଷ ବନ୍ଧୁ ,ଥାନାରେ ଆତ୍ମ ସମର୍ପଣ
/sambad/media/post_attachments/wp-content/uploads/2018/06/Lover-Died_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)