ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ଅଞ୍ଚଳରେ ଏକ ମହିଳା ହଷ୍ଟେଲ୍ରେ ରହୁଥିବା ଜଣେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଯୁବତୀଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ କହିବା ଅନୁଯାୟୀ, ସେ ନୀଳାଦ୍ରିବିହାର ଅଞ୍ଚଳରେ ରହି ଏକ ଘରୋଇ କମ୍ପାନିରେ କାମ କରନ୍ତି। ତେଣୁ ପ୍ରତିଦିନ ଚାଲିଚାଲି ନୀଳାଦ୍ରିବିହାର ଛକ ଓ ସେଠାରୁ ବସ୍ ଯୋଗେ କମ୍ପାନିକୁ ଯାଇଥାନ୍ତି। ହେଲେ କିଛି ଦିନ ହେବ ଜଣେ ଯୁବକ ତାଙ୍କୁ ରାସ୍ତାରେ ପିଛା କରିବା ସହ ଅଶ୍ଳୀଳ ଆଚରଣ କରୁଛି। ଏ ସଂପର୍କରେ ଯୁବତୀଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ଯୁବକ କୌଣସିମତେ ସୂଚନା ପାଇ ଆଜି ତାଙ୍କୁ ରାସ୍ତାରେ ଅଟକାଇ ଅସଦାଚରଣ କରିବା ସହ ଧମକାଇଥିଲା। ପୁଲିସ୍ ଘଟଣାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି।
ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ, ଥାନାରେ ମାମଲା
/sambad/media/post_attachments/wp-content/uploads/2019/09/rape-sexual-abuse-781x441.jpg)