ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବାକୁ ଆସି ନିଖୋଜ ହୋଇଯାଇଥିବା ବେନିମାଧବଙ୍କୁ ଆଜି ଭୁବନେଶ୍ୱର ରେଳଷ୍ଟେସନ୍ ପାଖରୁ ଉଦ୍ଧାର କରାଯାଇଛି। ପୁଲିସ ତାଙ୍କୁ ତାଙ୍କୁ ତାଙ୍କ ଘର ବାଲେଶ୍ୱରର ଭୀମପୁରାକୁ ପଠାଇ ଦେଇଛି। ସୂଚନାଥାଉକି ସୋମବାର ବେନିମାଧବ ତାଙ୍କ ସ୍ତ୍ରୀ ଶକୁନ୍ତଳା ଓ ଶଳା ଗୌରାଙ୍ଗଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆସୁଥିବା ବେଳେ ବାଟରେ ଜଣେ ଯୁବକଙ୍କ ଦ୍ୱାରା ଠକେଇର ଶିକାର ହୋଇଥିଲେ। ପରେ ବେନିମାଧବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଜରୁରି କାଗଜପତ୍ର ଜେରକ୍ସ କରିବାକୁ ଯାଇ ବାଟ ଭୁଲିଯାଇ ଆଉ ଫେରି ନଥିଲେ। ଅସହାୟ ଅବସ୍ଥାରେ ବେନିମାଧବଙ୍କ ସ୍ତ୍ରୀ ଓ ଶଳା ବସି ରହିଥିବା ବେଳେ ସେହି ବାଟ ଦେଇ ଯାଉଥିବା ସ୍ୱେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ଥାନାରେ ଏକ ନିଖୋଜ ଅଭିଯୋଗ ଦେଇଥିଲେ। ଏହାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଜଣେ ଅସହାୟ ବୃଦ୍ଧ ରେଳ ଷ୍ଟେସନ୍ ପାଖରେ ବସି ରହିଥିବା ପୁଲିସକୁ ଖବର ମିଳିଥିଲା। ପୁଲିସ ଘଟଣା ସ୍ଥଳକୁ ଯାଇ ବୃଦ୍ଧ ବେନିମାଧବଙ୍କୁ ଚିହ୍ନଟ କରି ତାଙ୍କୁ ତାଙ୍କ ଘରକୁ ପଠାଇଥିଲା।
ନିଖୋଜ ବେନିମାଧବ ଷ୍ଟେସନ୍ରୁ ଉଦ୍ଧାର
/sambad/media/post_attachments/wp-content/uploads/2018/01/benimadhab2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)