ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ବେଣ୍ଟପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆଜି ଅପରାହ୍ଣରେ ଆଦର୍ଶ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ। ଏନେଇ ୫କୋଟି ଟଙ୍କା ମଂଜୁର ହୋଇଥିବା ଟାଟାଷ୍ଟିଲ୍ କମ୍ପାନି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଟାଟାଷ୍ଟିଲର ଓଡ଼ିଶା ମୁଖ୍ୟ ଦେବାଶିଷ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ୧୮ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଭାଗ୍ୟଲକ୍ଷ୍ମୀ ମିଶ୍ର, ୧୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ବେଣ୍ଟପୁର ସମିତି ସଭ୍ୟ ତ୍ରୈଲୋକ୍ୟ ମଙ୍ଗରାଜ, ସରପଞ୍ଚ ମୁରଲୀଧର ସାହୁ, ଭିଙ୍ଗାରପୁର ସରପଞ୍ଚ ଜୟଶ୍ରୀ ନାୟକ, ବାଲିଅନ୍ତା ବିଜେଡି ସଭାପତି ଅଚ୍ୟୁତାନନ୍ଦ ପାତ୍ର, ବାଲିପାଟଣା ସଭାପତି ପ୍ରତାପ କେଶରୀ ନାୟକ, ବାଲିଅନ୍ତା ତହସିଲଦାର ଅକ୍ଷୟ କୁମାର ରାଉତ ଏବଂ ବିଡିଓ ରଶ୍ମିରେଖା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ପିଠା କାର୍ଯ୍ୟକ୍ରମ ସଭାରେ ମନ୍ତ୍ରୀ ଯୋଗ ଦେଇ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଅନ୍ୟତମ ଜନ କଲ୍ୟାଣ ଯୋଜନା ବୋଲି କହିଥିଲେ।
ବେଣ୍ଟପୁର ପଞ୍ଚାୟତରେ ଆଦର୍ଶ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ
/sambad/media/post_attachments/wp-content/uploads/2019/01/Untitled-19-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)