ଭୁବନେଶ୍ୱର : ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ ନେଇ ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାର ଯୋଜନା କରୁଥିଲେ ହେଁ ଏହା ଏବେ ସଫଳ ହେବାକୁ ଯାଉଛି। କରୋନା ମହାମାରୀ ସମୟରେ ଖୁସି ଖବର ଆସିଛି। ବ୍ରିଜ୍ ଆଣ୍ଡ୍‌ ରୁଫ୍‌ କମ୍ପାନି (ଇଣ୍ଡିଆ) ପକ୍ଷରୁ ବସଷ୍ଟାଣ୍ଡ ଉନ୍ନତୀକରଣ କାମ ଆରମ୍ଭ ହୋଇଛି। ଅଗଷ୍ଟ ୨୦୨୨ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡକୁ ନୂଆ ରୂପ ଦେବାକୁ ଯୋଜନା ହୋଇଛି।

Advertisment

ଏବେ ଖଣ୍ଡଗିରି ବାରିରେ ଅସ୍ଥାୟୀ ବସ୍‌ ଡିପୋ ନିର୍ମାଣ କାମ ଆପାତତଃ ଶେଷ ହୋଇଛି। ଖୁବ୍‌ ଶୀଘ୍ର ଏଠାକୁ ଓଏସ୍‌ଆରଟିସି ବସ୍‌ ଏବଂ ଅନ୍ୟାନ୍ୟ ଘରୋଇ ବସ୍‌ ସ୍ଥାନାନ୍ତର ହେବ। ଏହାପରେ ଜୋରଦାର୍‌ କାମ ଆରମ୍ଭ ହେବ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି। ଦୀର୍ଘ ୧୦ବର୍ଷ ହେଲା ରାଜ୍ୟ ସରକାର ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ ନେଇ ଯୋଜନା କରୁଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇପାରୁନଥିଲା। କେତେବେଳେ ଟେଣ୍ଡର ପାଇଥିବା ସଂସ୍ଥା କାମ ଆରମ୍ଭ କରିବା ପୂର୍ବରୁ ଛାଡ଼ି ପଳାଇଥିଲା ତ କେତେବେଳେ ଟେଣ୍ଡର ଶେଷ ହେବା ପ‌ରେ ‌ଟର୍ମିନାଲର ଉଚ୍ଚତା ନେଇ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କେଁ ବାହାର କରିବାରୁ କାମ ଅଧା‌ରେ ଅଟକିଯାଇଥିଲା। ଶେଷରେ ସେପ୍ଟେମ୍ବର ୨୬, ୨୦୧୯ରେ ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ ଉପରେ କ୍ୟାବି‌ନେଟ୍ ମୋହର ବା‌ଜିଥିଲା। ଏହାପରେ ବସଷ୍ଟାଣ୍ଡ ସ୍ଥାନାନ୍ତର କରି କାମ ଆରମ୍ଭ କରିବା ବାକି ଥିଲା। ଏବେ ବହୁ ବାଦବିବାଦ ପରେ ନିର୍ମାଣ କାମ ଆରମ୍ଭ ହୋଇଛି। ଦୁଇ ଦିନ ହେଲା କାମ ଆରମ୍ଭ ହୋଇଥିଲେ ହେଁ ବସଷ୍ଟାଣ୍ଡର ବ୍ୟବସାୟୀମାନେ ବିରୋଧ କରୁଥିବାରୁ ବିଡିଏ କର୍ତ୍ତୃପକ୍ଷଙ୍କ ପାଇଁ ଏହା ଏକ ଚାଲେଞ୍ଜ ହୋଇଛି।

publive-image

୧୧ଏକର ଜମିରେ ହେବ,ଭବିଷ୍ୟତ ସମ୍ପ୍ରସାରଣ ପାଇଁ ୪.୫ ଏକର ରହିବ
ବସଷ୍ଟାଣ୍ତକୁ ଟର୍ମିନାଲ ଅଞ୍ଚଳ ଏବ˚ ବାଣିଜ୍ୟିକ ଅଞ୍ଚଳ ଦୁଇଟି ପୃଥକ ଭାବେ ବିକଶିତ କରାଯିବ। ପ୍ରାୟ ୧୫.୫ଏକର ଅଞ୍ଚଳରେ ଥିବା ବରମୁଣ୍ତା ବସଷ୍ଟାଣ୍ତର ୧୧ଏକର ଜାଗାରେ ବିକାଶ କରାଯିବ। ବାକି ୪.୫ଏକର ଜମି ଭବିଷ୍ୟତର ସମ୍ପ୍ରସାରଣ ପାଇଁ ସ˚ରକ୍ଷିତ ରହିବ। ବସ୍‌ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ ସେଥିପାଇଁ ଅଧିକ ସ˚ଖ୍ୟକ ସିଟି ବସ୍‌ ଚଳାଚଳ କରିବ। ପ୍ରସ୍ତାବିତ ନୂତନ ବସ୍‌ ଟର୍ମିନାଲରେ ଫୁଡ୍‌ କୋର୍ଟରୁ ଆରମ୍ଭ କରି ଆବଶ୍ୟକୀୟ ପାର୍କି˚, ଏଲିଭେଟର ଓ ଏସ୍‌କ୍ଲାଭେଟର‌୍‌ ରହିବ। ପାନୀୟ ଜଳ ଯୋଗାଣ, ବର୍ଜ୍ୟ ଜଳ ବିଶୋଧନ, ବସ୍‌ ଧୋଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ପୂରା ବସଷ୍ଟାଣ୍ତରେ ଵାଇଫାଇ ସେବା ଉପଲବ୍ଧ ହେବ। ସୌରଶକ୍ତି ବ୍ୟବସ୍ଥାରେ ବିଦ୍ୟୁତ ସ˚ଯୋଗ ହେବ। ଏହି ବସଷ୍ଟାଣ୍ତର ସ୍ବତନ୍ତ୍ରତା ହେବ ଏଠାରୁ ବିଶାଖପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକତା, ବେଙ୍ଗାଲୁରୁ ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିବ। ଉଭୟ ଘରୋଇ ଓ ଓଏସ୍‌ଆରଟିସି ଏହି ବସ୍‌ ସେବା ଯୋଗାଇବେ ବୋଲି ନିଷ୍ପତ୍ତି ହୋଇଛି।