ବାରଙ୍ଗ: ବାରଙ୍ଗ ବ୍ଲକ୍ ୩୨ ନମ୍ବର ଜୋନ୍ ତରଫରୁ ଦାଢ଼ାପାଟଣା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତିରାଜ ଦିବସ ଓ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ବାରଙ୍ଗ ବ୍ଲକ୍ ବିଜେଡି କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ରାଉତ, ଦାଢ଼ାପାଟଣା ସରପଞ୍ଚ ଦିଲ୍ଲୀପ କୁମାର ବେହେରା, ନରାଜ ମାର୍ଥାପୁର ସରପଞ୍ଚ ଗୀତାଞ୍ଜଳି ସାହୁ, ବିଜୟ ପଣ୍ଡା, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଂଗ୍ରାମ କେଶରୀ ମହାପାତ୍ର, ପପିନ୍ ମହାପାତ୍ର, ରଣଜିତ କୁମାର ବିଶୋଇ,ବସନ୍ତ ସାହୁ, ବିଜୟ ସାହୁ, ବସନ୍ତ ବିଶ୍ୱାଳ,ସୁରେନ୍ଦ୍ର ବିଶ୍ୱାଳ,ସଞ୍ଜୟ କୁମାର ବେହେରା ପ୍ରମୁଖ ୮ ପଞ୍ଚାୟତର ବିଜେଡି କର୍ମୀ ବିଜୁବାବୁଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ୩ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ।
ଯାଁଳା: ଯାଁଳାରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଯାଁଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମୁନା ଖାଁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଯାଁଳା ସରପଞ୍ଚ ଶ୍ରଦ୍ଧାଞ୍ଜଳି ବେହେରା, ସମିତି ସଭ୍ୟା ଯମୁନାରାଣୀ ବେହେରା, ଜଟଣୀ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅନନ୍ତ ବେହେରା, ଜଟଣୀ ବ୍ଲକ୍ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ରାଜକିଶୋର ସ୍ବାଇଁ, ସୁବ୍ରତ ପଟ୍ଟନାୟକ, ଲକି ଦାସ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ।
ଉତ୍ତର ନିର୍ବାଚନମଣ୍ଡଳୀ
ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ମଞ୍ଚେଶ୍ବର ଧିରିକୁଟି ସାହି ଖେଳପଡ଼ିଆରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସମସ୍ତ କର୍ପୋରେଟର୍ ଓ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ, ବିଏମ୍ସି ମେୟର ସୁଲୋଚନା ଦାସ ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ବାବୁଙ୍କୁ ସ୍ମରଣ କରିଥିଲେ।
କିସ୍ରେ ପ୍ରତିମୂର୍ତ୍ତି ଅନାବରଣ
ଚନ୍ଦ୍ରଶେଖରପୁର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜି କିସ୍ ପରିସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତିମୂର୍ତ୍ତିକୁ ଅନାବରଣ କରିବା ସହ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଲକାତାସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, କିଟ୍ ଓ କିସ୍ର ସଂପାଦକ ଆର୍.ଏନ୍ ଦାଶ, କିଟ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସସ୍ମତା ସାମନ୍ତ, କିସ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ଦୀପକ ବେହେରା, କିଟ୍ ଇଣ୍ଟରନ୍ୟାସ୍ନାଲ୍ ରିଲେସନ୍ସ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ, କିସ୍ ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହାଲି, କିମ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତି ଏବଂ ବିଜୁ ପଟ୍ଟନାୟକ, ମହାତ୍ମାଗାନ୍ଧୀ ଓ ଗୋପବନ୍ଧୁ ଚେୟାର୍ର ପ୍ରଫେସର୍ମାନେ ଉପସ୍ଥିତ ଥିଲେ।