ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଦ୍ବିତୀୟ ଦିନ : ଓଡ଼ିଆ ତିଅଣରେ ମହକିଲା ଏକାମ୍ର ହାଟ

ଭୁବନେଶ୍ବର : ଓଡ଼ିଆ ତିଅଣର ଅନ୍ୟତମ ଆକର୍ଷଣ ବେସରର ମହ ମହ ବାସ୍ନାରେ ଚହଟୁ ଥିଲା ଏକାମ୍ର ହାଟ। ଓଡ଼ିଆଣୀମାନଙ୍କ ହୁଳହୁଳିରେ ଫାଟି ପଡ଼ୁଥିଲା ଚଉଦିଗ। ଅବସର ଥିଲା ସ˚ଭାବନା ପକ୍ଷରୁ ଆୟୋଜିତ ଚତୁର୍ଦ୍ଦଶ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଉଦ୍‌ଯାପନୀ ଉତ୍ସବର ଦ୍ବିତୀୟ ସ˚ଧ୍ୟା। ସ˚ଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ହିରଣ୍ମୟୀ ମିଶ୍ର, ବିଶିଷ୍ଟ ଐତିହାସିକ ଅମିୟ କୁମାର ମହାନ୍ତି ଓ କସ୍ତୁରିକା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସ˚ଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ‘ଓଡ଼ିଆ ସୁଗମ ସ˚ଗୀତ ପ୍ରତିଯୋଗିତା’ରେ ଅ˚ଶଗ୍ରହଣ କରି ଶିଶୁ କିଶୋରମାନେ ସୁମଧୁର ଓଡ଼ିଆ ସ˚ଗୀତ ପରିବେଷଣ କରିଥିଲେ। ବିଚାରକ ଭାବେ ଉପସ୍ଥିତ ଥିଲେ ସଚ୍ଚିକାନ୍ତ ନାୟକ ଓ ସ˚ଗୀତାଞ୍ଜଳି ନନ୍ଦ। ସେହିଭଳି ବିଚାରକ ଭାବେ ଯୋଗ ଦେଇ ଓଡ଼ିଆ ତିଅଣ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ ଆର୍ଯ୍ୟା ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ସୁଶାନ୍ତ ରଞ୍ଜନ ଚଇନି। ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ ଓ ସ˚ଭାବନାର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର ସଦସ୍ୟ ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ, ସତ୍ୟବ୍ରତ ମହାପାତ୍ର, ଗୁରୁ ପ୍ରସାଦ ଦାସ, ଅଭିରାମ ସାହୁ ଓ ଶଶିପ୍ରଭା ଦାସ ପ୍ରମୁଖ ସହାୟତା କରିଥିଲେ। ଆସନ୍ତା କାଲି ଓଡ଼ିଆଣୀଙ୍କ ମଧ୍ୟରେ ଝୋଟି ଓ ପାନଭଙ୍ଗା ପ୍ରତିଯୋଗିତା ଏବ˚ ଶିଶୁ କିଶୋରଙ୍କ ମଧ୍ୟରେ ବକ୍ତୃତା ଓ ଶ୍ରୁତ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର