ଚନ୍ଦ୍ରଶେଖରପୁର: ବିଶ୍ବର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ(ଆଇଏଲ୍ଏସ୍)ର ଦୁଇଜଣ ବୈଜ୍ଞାନିକ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡ. ସଞ୍ଜୀବ କୁମାର ସାହୁ ଓ ଡ. ଅମରେଶ ଚନ୍ଦ୍ର ପଣ୍ଡା। ଶ୍ରୀ ସାହୁ ୨୦୦୫ରୁ ଆଇଏଲଏସ୍ର ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। କ୍ୟାନ୍ସର ଲାଗି ନାନୋ-ଟେକ୍ନୋଲୋଜି ଆଧାରରେ ଡ୍ରଗ୍ସ ଡେଲିଭରି ବ୍ୟବସ୍ଥାରେ ସେ କାର୍ଯ୍ୟ କରିଛନ୍ତି। ତାଙ୍କ ଦ୍ବାରା ଶତାଧିକ ରିସର୍ଚ୍ଚ ପେପର୍ର ସମୀକ୍ଷା କରାଯାଇଛି। ଏଥିସହ ୨ଟି ଆମେରିକୀୟ, ୨ଟି ୟୁରୋପୀୟ ଓ ୩ଟି ଇଣ୍ଡିଆନ୍ ପେଟେଣ୍ଟ ଉପରେ କାର୍ଯ୍ୟ କରିଛନ୍ତି। ଶ୍ରୀ ସାହୁଙ୍କ ଦ୍ବାରା ପ୍ରସ୍ତୁତ ଗୋଟିଏ ପେଟେଣ୍ଟ ଟେକ୍ନୋଲୋଜିକୁ ଏକ ଫାର୍ମାସ୍ୟୁଟିକାଲ କମ୍ପାନିଙ୍କୁ ହସ୍ତାନ୍ତର କରାଯାଇଛି। ଶ୍ରୀ ପଣ୍ଡା ଆମେରିକାରେ ପୋଷ୍ଟ-ଡକ୍ଟୋରାଲ କାର୍ଯ୍ୟ ଶେଷ କରିବା ପରେ ୨୦୧୭ରେ ଆଇଏଲ୍ଏସ୍ରେ ଯୋଗ ଦେଇଥିଲେ। ଡାଇବେଟିସ୍ ଉପରେ ସେ ଗବେଷଣା କରିଛନ୍ତି। ଏଥିସହ ୪୫ଟି ଅନ୍ତର୍ଜାତୀୟ ଜର୍ଣ୍ଣାଲ୍ ପ୍ରକାଶ ପାଇଛି। ଦୁଇ ବୈଜ୍ଞାନିକଙ୍କ ସଫଳତାକୁ ନେଇ ଆଇଏଲ୍ଏସ୍ ନିର୍ଦେଶକ ଅଜୟ ପରିଡ଼ା ଖୁସି ବ୍ୟକ୍ତ କରିବା ସହ କହିଛନ୍ତି ଯେ ଏମାନେ ବିଶ୍ବସ୍ତରରେ ନାଁ କରିବା ଆମମାନଙ୍କ ପାଇଁ ଗୌରବର ବିଷୟ। ଏହାଦ୍ବାରା ସେମାନେ କାମ କରିବାକୁ ଅଧିକ ଉତ୍ସାହିତ ହେବେ। ସଂସ୍ଥାର ଅନ୍ୟ ବୈଜ୍ଞାନିକମାନେ ମଧ୍ୟ ଅଧିକରୁ ଅଧିକ ଗବେଷଣା କରିବା ଲାଗି ଆଗ୍ରହ ପ୍ରକାଶ କରିବେ। ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ୨୨ଟି ବିଜ୍ଞାନସମ୍ମତ କ୍ଷେତ୍ର ଓ ୧୭୬ଟି ଉପ-ବର୍ଗକୁ ନେଇ ବିଶ୍ବସ୍ତରରେ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। ଏଥିରେ ଭାରତରୁ ପ୍ରାୟ ୧୫୦୦ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର ରହିଛନ୍ତି।
ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ଆଇଏଲଏସ୍ର ଦୁଇ ଜଣ
/sambad/media/post_attachments/wp-content/uploads/2020/11/fh4fhfs87hfhsf65465465sfsfhfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)