ଭୁବନେଶ୍ୱର : ଭଦ୍ରକ କଲେଜ ୧୯୮୩-୮୫ (ଇଣ୍ଟରମିଡିଏଟ) ବ୍ୟାଚର ବନ୍ଧୁମିଳନ ଗତକାଲି କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଦେଶ ବିଦେଶରୁ ୭୦ଜଣ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବତନ ଅଧ୍ୟାପକ ଡ. ନବଘନ ଶାନ୍ତି ଓ ଡ. ବାଙ୍କବିହାରି ଦାସଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ଏକ ସ୍ମରଣିକା ‘ପ୍ରତିବିମ୍ବ: ୮୩-୮୫ ଭଦ୍ରକ କଲେଜ’ର ଉନ୍ମୋଚନ ହୋଇଥିଲା। ଏହି ବ୍ୟାଚର ଛାତ୍ର ଡା. ରବିନାରାୟଣ ସେନାପତି, ଡା. ଦେବବ୍ରତ ପାଣିଗ୍ରାହୀ, ଡା. ହେମନ୍ତ ରାଉଳ, ଡା. ରଞ୍ଜନ ରାଜ, ଡା. ରାମକୃଷ୍ଣ ଶତପଥୀ, ଅଧ୍ୟାପକ ଲକ୍ଷ୍ମୀକାନ୍ତ ନାୟକ, କବି ଅଶୋକ ସିଂ, ମମତାଜ ଅଲ୍ଲୀ, ତାରାକାନ୍ତ ମଲ୍ଲିକ, ଶୋଭେନ୍ଦ୍ର ପ୍ରସାଦ ଦାସଙ୍କ କୃତି ପାଇଁ ସମ୍ମାନିତ କରାଯାଇଥିଲା। ଦିବଙ୍ଗତ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ପ୍ରତିଭାଧର ଛାତ୍ରଛାତ୍ରୀମାନଙ୍କ ବିକାଶ ପାଇଁ ଏକ ପାଣ୍ଠି କରିବାର ଯୋଜନା କରାଯାଇଛି। ଏହି ଉତ୍ସବରେ ଗଣେଶ୍ୱର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜଭଲ୍ଲବ କର ଧନ୍ୟବାଦ ଅର୍ପଣ କରିଥିଲେ। ସତୀର୍ଥ ମହାନ୍ତି, ଯଶୋବନ୍ତ ନାରାୟଣ ଦୀକ୍ଷିତ, ଜ୍ୟୋତିର୍ମୟ ଦାସ, ସୁଶୀଲ କୁମାର ସାହୁ, ମାନସ କୁମାର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ଭଦ୍ରକ କଲେଜ ୧୯୮୩-୮୫ ବ୍ୟାଚ୍ର ବନ୍ଧୁମିଳନ
/sambad/media/post_attachments/wp-content/uploads/2018/01/bhadrak-photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)