ଶ୍ରୀମଦ୍‌ ଭଗବତ୍‌ ଗୀତା ଜୟନ୍ତୀ ସମ୍ମେଳନ

ଭୁବନେଶ୍ୱର: ‘ଭାରତ ସେବାଶ୍ରମ ସଂଘ’ ପକ୍ଷରୁ ସ୍ଥାପନ ଶତାବ୍ଦୀ ସମାରୋହ ଓ ଶ୍ରୀମଦ୍‌ ଭଗବତ୍‌ ଗୀତା ଜୟନ୍ତୀ ସମ୍ମେଳନ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପରମହଂସ ସ୍ୱାମୀ ପ୍ରଜ୍ଞାନନନ୍ଦ ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମେଳନରେ ‘ଜୀବନରେ ଶ୍ରୀମଦ୍‌ ଭଗବତ୍‌ ଗୀତା ଶିକ୍ଷାର ପ୍ରାସଙ୍ଗିକତା’ ଶୀର୍ଷକ ଏକ ସ୍ୱତନ୍ତ୍ର ସତ୍‌ସଙ୍ଗ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ହୃଷିକେଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୋକ ସେବକ ମଣ୍ଡଳର ସମ୍ପାଦକ ନିରଞ୍ଜନ ରଥ, କୋଲ୍‌କାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଜିତ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ୱାମୀ ଭଗବତାନନ୍ଦ ସରସ୍ୱତୀ , ସ୍ୱାମୀ ପ୍ରାଣରୂପାନନ୍ଦଜୀ, ରାମକୃଷ୍ଣ ଦାସଜୀ , ସ୍ୱାମୀ ସମ୍ପୂର୍ଣ୍ଣାନନ୍ଦ ସରସ୍ୱତୀ ଓ ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସଂଘର ସଭାପତି ସ୍ୱାମୀ ମାଧବାନନ୍ଦଜୀ, ସମ୍ପାଦକ ସ୍ୱାମୀ ଜଗନ୍ନାଥାନନ୍ଦଜୀ ଓ ସାଧାରଣ ସଂପାଦକ ସ୍ୱାମୀ ବିଶ୍ୱାତ୍ମାନନ୍ଦଜୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀନିବାସ ଘଟୁଆରୀ ଓ ରୋଜାଲିନ ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର