ଉନ୍ମୋଚିତ ହେଲା ‘ଚକାନୟନ ମୋ କଳାବଦନ…’ ଓ ‘ମହାବାହୁ…’ ଭଜନ ସିଡି

ଦାଣ୍ଡିଆ ନୃତ୍ୟରେ ଝୁମିଲେ ରୋଟାରି କ୍ଲବ୍‌ ସଦସ୍ୟ

ଭୁବନେଶ୍ବର : ମା’ଙ୍କ ଷଷ୍ଠୀ ପୂଜା ଉପଲକ୍ଷେ ରୋଟାରି କ୍ଲବ୍‌ ଅଫ୍‌ ଭୁବନେଶ୍ବର ତୋଷାଳୀ ପକ୍ଷରୁ ‘ଦାଣ୍ଡିଆ ନାଇଟ୍‌’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୋଟାରି କ୍ଲବ୍‌ର ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରୋଟାରି କ୍ଲବ୍‌ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଭବାନୀ ଚୌଧୁରୀ ଉପସ୍ଥିତ ରହି ‘ଚକାନୟନ ମୋ କଳାବଦନ…’ ଓ ‘ମହାବାହୁ…’ ଦୁଇଟି ଭଜନ ସିଡି ଉନ୍ମୋଚନ କରିଛନ୍ତି। ରୋଟାରି କ୍ଲବ୍‌ ଅଫ୍‌ ଭୁବନେଶ୍ବର ତୋଷାଳୀର ଅଧ୍ୟକ୍ଷ ଯଜ୍ଞଶିଷ ମହାପାତ୍ରଙ୍କ ପ୍ରଯୋଜନାରେ ଟରେଣ୍ଟ ମ୍ୟୁଜିକ୍‌ ପକ୍ଷରୁ ଏହି ଦୁଇଟି ସିଡି ପ୍ରସ୍ତୁତ କରାଯାଇଛି। ଯାହାର ସଙ୍ଗୀତ ନିର୍ଦ୍ଦେଶନା କ୍ଷୀରୋଦ କୁମାର ଦେଇଥିବା ବେଳେ କଣ୍ଠଶିଳ୍ପୀ ଶ୍ରୀକର ପାଢ଼ୀ, ଇତୁନ ମହାପାତ୍ର, ରବୀନ୍ଦ୍ର ମହାପାତ୍ର, ରାଜୀବ ଓ ରାଜା ବାବୁ ପ୍ରମୁଖ କଣ୍ଠଦାନ କରିଛନ୍ତି। ଏହାପରେ ଦାଣ୍ଡିଆ ନାଇଟ୍‌ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଶ୍ରେଷ୍ଠ ଯୋଡ଼ି, ଶ୍ରେଷ୍ଠ ପୋଷାକ, ଶ୍ରେଷ୍ଠ ମେକ୍‌ଅପ୍‌ ଓ ଶ୍ରେଷ୍ଠ ଶିଶୁ ନୃତ୍ୟଶିଳ୍ପୀ ଆଦି ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର