ସାଇସନ୍ଥ ଆଶ୍ରମ ପକ୍ଷରୁ ଭଜନ ସମାରୋହ

ଭୁବନେଶ୍ୱର : ସ୍ଥାନୀୟ ରଘୁନନାଥପୁର ସ୍ଥିତ ଶିରିଡ଼ି ସାଇସନ୍ଥ ଆଶ୍ରମ ଓ ବୃଦ୍ଧା ଆଶ୍ରମରେ ଭଜନ ସମାରୋହ ଓ ସମ୍ମାନ ପ୍ରଦାନ ଅନୁଷ୍ଠେିତ ହୋଇଯାଇଛି। ଟ୍ରିଓ ଗ୍ରୁପ ଦ୍ୱାରା ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ସୁନାମଧନ୍ୟ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ମଦଉଲତା ପରିଡ଼ା, ଡାକ୍ତର ସନ୍ଦୀପନା ପତି, ଡାକ୍ତର ମମତା ତ୍ରିପାଠୀଙ୍କ ସମେତ ଆର୍ଯ୍ୟା, ସମ୍ପୂର୍ଣ୍ଣ ଓ ଆନନ୍ଦିତା ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଏହାକୁ ପରିଚାଳନା କରିଥିଲେ ମନୋଜ ଦାଶ। କଯଁ୍ୟକ୍ରମରେ ଯୋଗ ଦେିଥିବା ଦୁଇଶହରୁ ଉର୍ଦ୍ଧ ଅନାଥ ପିଲାମାନଙ୍କୁ ନେଇ ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କୁ ପୁରସ୍କାର ପ୍ରହାନ କରାଯାଇଥିଲା। ଏହି ଅବସରରେ ଅନାଥ ପିଲାମାନ ସଙ୍ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନ ପକ୍ଷରୁ ମଧୁଲତାଓ ଡାକ୍ତର ସନ୍ଦୀପନାଙ୍କୁ ଉତ୍କର୍ଷତା ପାଇଁ ଶ୍ରଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପବିତ୍ର ମୋହନ ସାମଲ, ରବିନ୍ଦ୍ର ପାତ୍ର ଓ ମଧୁମାଧବ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଆଶ୍ରମର ମ୍ୟାନେଜିଂ ଟ୍ରଷ୍ଠ ଆଡ଼ଭୋକେଟ ବିଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବୃଦ୍ଧାଶ୍ରମର ଉନ୍ନତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର