ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀବ୍ରହ୍ମେଶ୍ୱର ମନ୍ଦିର ପରିସରରେ ମହାଶିବରାତ୍ରୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ରାତି ସାଢ଼େ ୧୦ଟାରେ ମହାଦୀପ ଉଠିବ। ଏହି ଉପଲକ୍ଷେ ଲର୍ଡ ବ୍ରହ୍ମେଶ୍ୱର ଦେବ ଟେମ୍ପୁଲ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭଜନ ସମାରୋହ ଆୟୋଜିତ ହୋଇଛି। ମୁମ୍ବାଇର ସୁନାମଧନ୍ୟ କଣ୍ଠଶିଳ୍ପୀ ଅନୁପ ଜଲୋଟା ଓ ସାରିକା ସିଂ ଭଜନ ପରିବେଷଣ କରିବେ। ଏହା ସହିତ ଇରା ମହାନ୍ତି, କୁମାର ବାପି, ଶୈଳଭାମା ମହାପାତ୍ର, ପ୍ରତ୍ୟୁଷ କର ପ୍ରମୁଖ ମଧ୍ୟ ଭଜନ ପରିବେଷଣ କରିବେ। ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ପୂର୍ବତନ କର୍ପୋରେଟର ମଳୟ କୁମାର ମହାପାତ୍ରଙ୍କ ସୂଚନା ଅନୁଯାୟୀ ଭୋର ସାଢ଼େ ୪ଘଟିକାରୁ ଅପରାହ୍ଣ ସାଢ଼େ ୨ଟା ଓ ସନ୍ଧ୍ୟା ସାଢ଼େ ୬ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ।
ଭଜନ ଗାଇବେ ଅନୁପ ଜଲୋଟା ଓ ସାରିକା ସିଂ
ବ୍ରହ୍ମେଶ୍ୱରରେ ମନ୍ଦିରରେ ଜାଗର ପ୍ରସ୍ତୁତି
/sambad/media/post_attachments/wp-content/uploads/2018/02/anup-jolota.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)