ଜମିଲା ଭକ୍ତି ସଙ୍ଗୀତ ଆସର ‘ସମର୍ପଣ’

ଭୁବନେଶ୍ୱର : ଭକ୍ତି ସଂଗୀତରେ ଝଙ୍କୃତ ହେଉଥିଲା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ। ପ୍ରଭୁଙ୍କ ନିକଟରେ ସମର୍ପିତ ସ୍ୱରରେ ସୁଫି ଓ ଭକ୍ତି ସଙ୍ଗୀତ ପରିବେଷଣ କରି ଚାଲିଥିଲେ କଣ୍ଠଶିଳ୍ପୀ ଓ ବାଦ୍ୟ ସହାୟକମାନେ। ଅବସର ଥିଲା ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲ ପକ୍ଷରୁ ଆୟୋଜିତ ପ୍ରାର୍ଥନା କାର୍ଯ୍ୟକ୍ରମ ‘ସମର୍ପଣ’ର। କାର୍ଯର୍୍ୟକ୍ରମରେ କଣ୍ଠଶିଳ୍ପୀ ଓମ୍‌କାର୍‌ ଦାଦର୍‌କର୍‌ ମରାଠୀ ନାଟ୍ୟ ସଂଗୀତର ଅଙ୍ଗ ‘ଅଭଙ୍ଗ’ ପରିବେଷଣ କରିଥିଲେ। ଏଥିରେ ଅଶୋକ ମୁଖାର୍ଜୀ ତବଲା, ଅନିର୍ବାଣ ଚକ୍ରବର୍ତ୍ତୀ ହାର୍‌ମୋନିୟମ୍‌ ଓ ପରମାନନ୍ଦ ରାୟ ବଂଶୀବାଦନ କରିଥିଲେ। ସେହିପରି ରାଜା କାଲେ ‘ସଗୁନ୍‌ ଓ ନିର୍ଗୁଣ’ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ ତ୍ରିପାଠୀ ଓ ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲର ପୂର୍ବତନ ସଭାପତି ମହେନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲର ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ଉପସ୍ଥିତ ଥିଲେ। ସଙ୍ଗୀତା ଗୋସାଇଁ ଓ ଈଷା ମିଶ୍ର ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର