ଭୁବନେଶ୍ୱର: ବିଭୂତି ପଣ୍ଡାଙ୍କ ଉପନ୍ୟାସ ‘ଭାନୁମତୀ ପୁରରୁ ଭାରତ ବର୍ଷ’ର ଉନ୍ମୋଚନ ଉତ୍ସବ ଆଜି ସ୍ଥାନୀୟ ଅଭିଲେଖାଗାରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଫେସର ଡ.ବସନ୍ତ କୁମାର ପଣ୍ଡା ଯୋଗଦେଇ ଉପନ୍ୟାସ ଉପରେ ଚର୍ଚ୍ଚା କରିଥିଲେ। ଗଡ଼ଜାତ ଅଞ୍ଚଳ ଓ ଭାରତବର୍ଷର କିଛି କଥା ଏହି ଉପନ୍ୟାସ ପୁସ୍ତକରେ ଉଲ୍ଲେଖ କରାଯାଇଛି ବୋଲି ଡ. ପଣ୍ଡା କହିଥିଲେ। ଆଜିକାଲି ଉପନ୍ୟାସ ରଚନା କରିବା ସମ୍ଭବପର ହେଉନାହିଁ। ଐତିହାସିକଠାରୁ ଆରମ୍ଭ କରି ରାଜନୈତିକ ଘଟଣା ଉପନ୍ୟାସ ପ୍ରତିପାଦିତ କରିଥାଏ ବୋଲି ଶ୍ରୀ ପଣ୍ଡା କହିଥିଲେ। ପ୍ରକାଶକ ଆଶୋକ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଡ.ବିଜୟାନନ୍ଦ ସିଂ ସଭାପତିତ୍ୱ କରିଥିବା ବେଳେ ଡ.କ୍ଷୀରୋଦ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ଶ୍ରୀ ମହାନ୍ତି ଧନ୍ୟବାଦ ଦେଇଥିଲେ।
ବିଭୂତି ପଣ୍ଡାଙ୍କ ଉପନ୍ୟାସ ‘ଭାନୁମତୀ ପୁରରୁ ଭାରତ ବର୍ଷ’ର ଉନ୍ମୋଚିତ
/sambad/media/post_attachments/wp-content/uploads/2018/07/m23-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)