ବାଲିଅନ୍ତା/ବାଲିପାଟଣା/ବାରଙ୍ଗ : ରାଜଧାନୀ ଉପକଣ୍ଠ ଅଞ୍ଚଳରେ ‘ବନ୍ଦ’ ମୋଟାମୋଟି ଭାବେ ପ୍ରଭାବଶୂନ୍ୟ ଥିଲା। କେବଳ ବାଳକାଟି ଅଞ୍ଚଳରେ କିଛି ସମୟ ପାଇଁ ବ୍ୟାବସାୟିକ ପ୍ରତିଷ୍ଠାନ, ଘରୋଇ ଅନୁଷ୍ଠାନ ଓ ଗାଡ଼ି ଚଳାଚଳ ବନ୍ଦ ହୋଇଥିଲା। କିନ୍ତୁ ମଧ୍ୟାହ୍ନ ବେଳକୁ ସ୍ଥିତି ପୁଣି ସ୍ବାଭାବିକ ହୋଇଯାଇଥିଲା। କଂଗ୍ରେସ ନେତା ବେଣୁଧର ଭୋଇଙ୍କ ନେତୃତ୍ବରେ କର୍ମୀ ଓ ସମର୍ଥକମାନେ ବାଳକାଟି ବଜାର ଅଞ୍ଚଳରେ ଥିବା ବଡ଼ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ, ଘରୋଇ ଅନୁଷ୍ଠାନ ବନ୍ଦ କରାଇଥିଲେ। ମଧ୍ୟାହ୍ନ ପର୍ଯ୍ୟନ୍ତ ସରଦେଇପୁର-ନିମାପଡ଼ା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରେ ଗାଡ଼ିମଟର ଚଳାଚଳ କିଛି ମାତ୍ରାରେ ହ୍ରାସ ପାଇଥିଲା। ତେବେ ମଧ୍ୟାହ୍ନ ୧୨ଟା ପରେ ସବୁ କିଛି ସ୍ବାଭାବିକ ହୋଇଥିଲା। ଯାନବାହନ ଚଳାଚଳ ସାଙ୍ଗକୁ ଦୋକାନ ବଜାର ମଧ୍ୟ ଖୋଲିଥିଲଏ। ଏହି ବିକ୍ଷୋଭରେ ବସନ୍ତ କୁମାର ପଣ୍ଡା, ବିଜୟ କୁମାର ସାହୁ, ରବୀନ୍ଦ୍ର ବାରିକ, ବିଜୟ କୁମାର ସାହୁ ଓ ନାରାୟଣ ସାହୁ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ତେବେ ବାଳକାଟି ଅଞ୍ଚଳକୁ ଛାଡ଼ିଦେଲେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳର ଅନ୍ୟାନ୍ୟ ସ୍ଥାନରେ ବନ୍ଦ ପ୍ରଭାବଶୂନ୍ୟ ରହିଥିଲା। ରାଜ୍ୟ ସରକାରଙ୍କ ଘୋଷଣା ଯୋଗୁଁ ସମସ୍ତ ସରକାରୀ ସ୍କୁଲ, କଲେଜ ବନ୍ଦ ଥିଲେ ହେଁ ସବୁଦିନ ଭଳି ଦୋକାନ ବଜାର ଖୋଲା ରହିଥିଲା ଏବଂ ଯାନବାହାନ ମଧ୍ୟ ସ୍ବାଭାବିକ ଭାବେ ଚଳାଚଳ କରୁଥିବା ଦେଖାଯାଇଥିଲା। ତେବେ ବାରଙ୍ଗରେ ବନ୍ଦର ମିଶ୍ରିତ ପ୍ରଭାବ ପରିଲକ୍ଷିତ ହୋଇଥିଲା। ଦିନ ସାରା କିଛି ଦୋକାନ ବନ୍ଦ ଥିବା ବେଳେ ଅଧିକାଂଶ ଦୋକାନ ବଜାର ଖୋଲାଥିବା ଦେଖିବାକୁ ମିଳିଥିଲା। ସେହିପରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାରେ କାଁ ଭାଁ ଗାଡ଼ି ମଟର ଚଳାଚଳ କରୁଥିଲା। ତେଣୁ ରାସ୍ତାଘାଟ ଏକପ୍ରକାର ନିଛାଟିଆ ହୋଇଯାଇଥିଲା।
ଉପକଣ୍ଠରେ ‘ବନ୍ଦ’ ପ୍ରଭାବଶୂନ୍ୟ
/sambad/media/post_attachments/wp-content/uploads/2021/03/m1-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)