ଭୁବନେଶ୍ୱର: ଦେଶ ସ୍ୱାଧୀନତା ପାଇଁ ଅନେକ ସଂଗ୍ରାମୀ ଧର୍ମ ଓ ସଂପ୍ରଦାୟକୁ ଭୁଲି ଯାଇଥିଲେ। ଭେଦଭାବକୁ ଭୁଲି ଭାଇଚାରାର ଭାବନାକୁ ନେଇ ଲଢ଼େଇ କରିଥିଲେ। ସବୁ ଧର୍ମର ସମାନତା ହିଁ ସ୍ୱାଧୀନତାର ବଡ଼ ଉପଲବ୍ଧି। ‘ସାଂପ୍ରତିକ ଭାରତ ବର୍ଷ ଓ ଭାରତଛାଡ଼ ଆନ୍ଦୋଳନ’ ଶୀର୍ଷକ ବିଷୟ ଉପରେ ବକ୍ତବ୍ୟ ରଖି ଏହା କହିଛନ୍ତି ଐତିହାସିକ ଖାରବେଳ ମହାନ୍ତି। ଭାରତ ଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ସଂଭାବନା’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଦୁଇ ଦିନିଆ ‘ଭାରତଛାଡ଼ ୭୫ ଉତ୍ସବ’ର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଶ୍ରୀ ମହାନ୍ତି ଏହା କହିଛନ୍ତି। ଆଜିର କାର୍ଯ୍ୟକ୍ରମକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅତିଥି ଭାବେ ଯୋଗ ଦେଇଥିଲେ। ଉଦ୍ଘାଟନୀ ଉତ୍ସବର ପ୍ରଥମ ଦିନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ସ୍ୱାଧୀନତା ବେଳର ସ୍ୱପ୍ନ ଓ ଆଜିର ଭାରତ ବର୍ଷ’ ଶୀର୍ଷକ ବକ୍ତତା, ଚିତ୍ରାଙ୍କନ ଓ ଦେଶଭକ୍ତି ସଙ୍ଗୀତ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବୈଲୋଚନ ଜେନା ଓ ସହିଦ ରଘୁ ଦିବାକରଙ୍କ ସ୍ମୃତି ରକ୍ଷା ପାଇଁ ଉଦ୍ୟମରତ ବ୍ରଜବନ୍ଧୁ ପରିଡ଼ାଙ୍କୁ ସମ୍ବର୍ଧିତ କରାଯାଇଥିଲା। କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ଓ ସିଦ୍ଧାନ୍ତ ଶତପଥୀ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ କରିଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକ ଚିତ୍ତ ମହାପାତ୍ର ଅତିଥି ପରିଚୟ ଓ ଅନୁଷ୍ଠାନର ସମ୍ପାଦକ ଦେବ ପ୍ରସାଦ ପରିଜା କାର୍ଯ୍ୟକ୍ରମର ପୃଷ୍ଠଭୂମି ସଂପର୍କରେ ଆଲୋଚନା କରିଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି, ସମାଜସେବୀ ଅନୁରାଧା ଦାଶ ଓ ଦେବସ୍ମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱାତୀ ମିଶ୍ର ଧନ୍ୟବାଦ ଦେଇଥିଲେ। ସଂଭାବନାର ସଭ୍ୟ ସତ୍ୟବ୍ରତ ମହାପାତ୍ର, ପ୍ରଫୁଲ୍ଲ ଦେ ଓ ଗୁରୁ ପ୍ରସାଦ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସଂଭାବନା ପକ୍ଷରୁ ‘ଭାରତ ଛାଡ଼ ୭୫’
‘ସବୁ ଧର୍ମର ସମାନତା ହିଁ ସ୍ୱାଧୀନତାର ବଡ଼ ଉପଲବ୍ଧି’
/sambad/media/post_attachments/wp-content/uploads/2018/08/m3-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)