ଆରମ୍ଭ ହେଲା ଭାରତ ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବ

ଭୁବନେଶ୍ବର : ଶାସ୍ତ୍ରୀୟ, ସାମରିକ, ସମସାମୟିକ, ଆଦିବାସୀ ଓ ଲୋକନୃତ୍ୟର ‌ଅନନ୍ୟ ଉତ୍ସବ ଭାରତ ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବ (ଆଇଆଇଡିଏଫ୍‌) ଆରମ୍ଭ ହୋଇଛି। ଭଞ୍ଜକଳା ମଣ୍ତପରେ ଆଇଆଇଡିଏଫ୍‌ ଏବଂ ‘ସାଂସ୍କୃତିକୀ’ ପକ୍ଷରୁ ଆୟୋଜିତ ଉତ୍ସବରେ ୫ଟି ଦେଶର ନୃତ୍ୟଶିଳ୍ପୀ ସାମିଲ୍‌ ହୋଇଛନ୍ତି।

ଆଦୃତା ଚିଲ୍‌ଡ୍ରେନ୍‌ସ୍‌ ହୋମ୍‌ର ନୃତ୍ୟଶିଳ୍ପୀଙ୍କ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା ଉଦ୍‌ଘାଟନୀ ପର୍ବ। ପରେ ପ୍ରୀତି ଘଡାଇଙ୍କ କୁଚିପୁଡି, ଅନୁଷ୍କା ଦାଶଙ୍କ କଥକ ନୃତ୍ୟ ଦେଖିବାକୁ ମିଳିଥିଲା। ଶ୍ରୀ ଡ୍ୟାନ୍ସ୍‌ ଏକାଡେମି ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ, ଅର୍ଚନା ଅରୁଣଙ୍କ ‘ଭାରତ୍‌ନାଟ୍ୟମ୍‌’, ବୈଭବ ରଣାଙ୍କ ‘ଛଉ’, ଈଶ୍ବର ଅର୍ପିତା ଦେଙ୍କ ‘ଛଉ’ ନୃତ୍ୟ ଦେଖିବାକୁ ମିଳିଥିଲା। ଆଜିର ମୁଖ୍ୟ ଆକର୍ଷଣ ସାଜିଥିଲା ସିଙ୍ଗାପୁରର ଶ୍ରୀଲେଖା ଚନ୍ଦ୍ରଶେଖରଙ୍କ ଦ୍ବାରା ‘ଭାରତନାଟ୍ୟମ୍‌’। ପରେ ହରିହର କଳାକେନ୍ଦ୍ର ପକ୍ଷରୁ ମୟୂରଭଞ୍ଜର ‘ଝୁମର’ ନୃତ୍ୟ ଏବଂ ବର୍ଣ୍ଣରୂପ ମହାନ୍ତି ଓ ଗ୍ରୁପ୍‌ ପକ୍ଷରୁ ‘ଛଉ’ ନୃତ୍ୟ ପରିବେଷିତ ହୋଇଥିଲା। ସନ୍ଧ୍ୟାରେ ତନ୍ବିକା ମିତ୍ରଙ୍କ ଦ୍ବାରା ‘ଭାରତନାଟ୍ୟମ୍‌’, ମଧୁର ଦେଶପାଣ୍ତେଙ୍କ ଦ୍ବାରା ‘କଥକ’ ପରିବେଷିତ ହୋଇଥିଲା। ସିଙ୍ଗାପୁରର ଅସ୍ମିତା ଜୟପ୍ରକାଶ, ସ˚ଘମିତ୍ରା ସି˚ହ ମୁଦୁଲି, ଗାର୍ଗୀ ଗୋସ୍ବାମୀ, ରାମ୍ୟ ବର୍ମା ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟାରେ ପଦ୍ମଶ୍ରୀ ଅରୁଣା ମହାନ୍ତି, ଗୁରୁ ରାମହରି ଦାସ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଉତ୍ସବର ନିର୍ଦେଶକ ଶ୍ୟାମହରି ଚକ୍ର ସ୍ବାଗତ ଭାଷଣ ଦେଇଥିବାବେଳେ କେଦାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସ˚ଯୋଜନା କରିଥିଲେ ମୁନ୍‌ମୁନ୍‌ ସି˚ହ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।

ସମ୍ବନ୍ଧିତ ଖବର