ଐତିହାସିକ କଟକ ବାଲିଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବା, ଗ୍ରାହକମାନଙ୍କ ନିକଟରେ ପହଞ୍ଚିବା ସହ, ସଂପର୍କ ଯୋଡ଼ିବା ଉଦ୍ଦେଶ୍ୟରେ ‘ସମ୍ବାଦ’ ପାଠକଙ୍କ ପାଇଁ ଆରମ୍ଭ ହୋଇଥିଲା ଭାରତ ମସଲାର ସ୍ବତନ୍ତ୍ର ବାଲିଯାତ୍ରା ଅଫର୍ ଓ ମାଗଣା ଉପହାର ଯୋଜନା। ନଭେମ୍ବର ୩୦ ତାରିଖ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ କଟକ ଓ ଭୁବନେଶ୍ବରର ୮ଟି ଭିନ୍ନଭିନ୍ନ ସ୍ଥାନରେ ଚାଲିଥିଲା। ପୂର୍ବ ଘୋଷଣା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଡିସେମ୍ବର ୧୧ ତାରିଖ, ଶୁକ୍ରବାର ଦିନ ଶେଷ ହେବାକୁ ଯାଉଛି। ତେଣୁ ‘ସମ୍ବାଦ’ ପାଠକ ତଥା ସାଧାରଣ ଗ୍ରାହକ ମାନଙ୍କୁ ସେମାନଙ୍କ ଉପହାର ଓ ସ୍ବତନ୍ତ୍ର ରିହାତି ଯୋଜନାରେ ଭାରତ ମସଲାର ସାମଗ୍ରୀ କିଣିବାର ସୁଯୋଗ ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ନେବାକୁ ଅନୁରୋଧ।
ଭୁବନେଶ୍ବରରେ ଉପହାର ଓ ସାମଗ୍ରୀ ମିଳିବା ସ୍ଥାନ
୧. ପଟିଆ, ବିଗ୍ବଜାର ପାଖ
୨. ୟୁନିଟ୍-୮ ଡିଏଭି ସ୍କୁଲ ସାମ୍ନା
୩. ଭିମେଶ୍ବର ମନ୍ଦିର, ଭିମଟାଙ୍ଗୀ
୪. ଝାରପଡ଼ା, ଦୁର୍ଗାମଣ୍ଡପ ପାଖ