କଟକ: କରୋନା କଟକଣା ପାଇଁ ବାଲିଯାତ୍ରା ଆୟୋଜନ ହେଉ ନଥିଲେ ବି ଐତିହାସିକ ବାଲିଯାତ୍ରା ସ୍ମୃତିକୁ ଗ୍ରାହକଙ୍କ ନିକଟରେ ଉଜ୍ଜୀବିତ କରି ରଖିବା ପାଇଁ ‘ଭାରତ ମସଲା’ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ। କଟକର ୪ଟି ଓ ଭୁବନେଶ୍ବରର ୪ଟି ସ୍ଥାନରେ ଆସନ୍ତା ୩୦ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଏହି ଗ୍ରାହକଙ୍କ ପାଇଁ ବାଲିଯାତ୍ରା ଅଫର୍ ଉପଲବ୍ଧ ହେବ। ଗ୍ରାହକମାନେ ସେହି ସ୍ଥାନକୁ ଯାଇ ସ୍ବତନ୍ତ୍ର ରିହାତିରେ ସାମଗ୍ରୀ କିଣିବାର ସୁଯୋଗ ପାଇବେ। କିଣିଥିବା ସାମଗ୍ରୀ ଉପରେ ମଧ୍ୟ ସ୍ବତନ୍ତ୍ର ପୁରସ୍କାର ପାଇବେ। ଏହା ସହିତ ଯେଉଁ ଗ୍ରାହକ ‘ସମ୍ବାଦ’ରେ ସେହି ଦିନ ପ୍ରକାଶ ପାଇଥିବା କୁପନ ସାଙ୍ଗରେ ନେଇ ଷ୍ଟଲରେ ଦେଖାଇବେ, ସିଏ ସଂପୂର୍ଣ୍ଣ ମାଗଣାରେ ଗୋଟିଏ ସାମଗ୍ରୀ ଉପହାର ଭାବେ ପାଇବେ। ୧୨ ଦିନ ପର୍ଯ୍ୟନ୍ତ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେହି ଷ୍ଟଲ ମାନଙ୍କରେ ଏହି ସୁଯୋଗ ଉପଲବ୍ଧ ହେବ। ‘ସମ୍ବାଦ’ରେ ସେହି ୧୨ ଦିନଯାକ ପ୍ରତ୍ୟେକ ଦିନ ଏକ ସ୍ବତନ୍ତ୍ର କୁପନ୍ ପ୍ରକାଶ ପାଇବାକୁ ଥିବା ବେଳେ ସେହି ଦିନର କୁପନରେ କେବଳ ସେହି ଦିନ ହିଁ ମାଗଣା ଉପହାର ମିଳିବ। ଅର୍ଥାତ ପୂର୍ବ ଦିନର ପୁରୁଣା କୁପନରେ ଆଉ ଉପହାର ମିଳିବ ନାହିଁ। ପ୍ରତି ୩ ଦିନରେ ଥରେ ସହରରେ ସ୍ଥାନ ପରିବର୍ତ୍ତନ କରାଯାଇ ଗ୍ରାହକମାନଙ୍କୁ ଏହି ସ୍ବତନ୍ତ୍ର ତଥା ଆକର୍ଷଣୀୟ ଅଫର ନେବାର ସୁଯୋଗ ଦିଆଯିବ। ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ଏହି ସୁଯୋଗ ୧୨ ଦିନ ପର୍ଯ୍ୟନ୍ତ ମିଳୁ ଥିବାରୁ ଗୋଟିଏ ସମୟରେ ଅଯଥା ଭିଡ ନ କରି ନିଜ ସୁବିଧାରେ ଆସି କରୋନା କଟକଣା ଆଉ ନିୟମ ଭିତରେ ଏହି ସୁଯୋଗ ନେବା ପାଇଁ ଗ୍ରାହକ ମାନଙ୍କୁ ଅନୁରୋଧ କରିଛନ୍ତି ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା।

Advertisment

କଟକର ନୂଆ ବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନିକଟ, କଲେଜ ଛକ ସିଡିଏ ମାର୍କେଟ ନିକଟ, ସିଡିଏର କୃଷକ ବଜାର ନିକଟ ଓ ବାଦାମବାଡି ସମ୍ବାଦ ଅଫିସ ନିକଟରେ ଖୋଲିବାକୁ ଥିବା ସ୍ବତନ୍ତ୍ର ଷ୍ଟଲରେ ଏହି ସାମଗ୍ରୀ ଓ ଉପହାର ମିଳିବ। ସେହିଭଳି ଭୁବନେଶ୍ବରର ପଟିଆ ବିଗ୍ ବଜାର ନିକଟ, ପୁରୁଣା ଭୁବନେଶ୍ବର ବଢେଇ ବାଙ୍କ ଛକ, ରୁଚିକା ମାର୍କେଟ ଓ ଶ୍ରୀୟା ଛକ ଆମ ଓଡ଼ିଶା ଅଫିସ ନିକଟରେ ଏହି ସ୍ବତନ୍ତ୍ର ଉପହାର ଓ ସାମଗ୍ରୀ ମିଳିବାର ବ୍ୟବସ୍ଥା କରାଯାଇଛି।