ଭୁବନେଶ୍ୱର ଓବିସିମାନଙ୍କୁ ଏସ୍ସି, ଏସ୍ଟିଙ୍କ ଭଳି ସଂଖ୍ୟାନୁପାତିକ ପ୍ରତିନିଧିତ୍ୱ ପ୍ରଦାନ କରିବା, ମୂଳନିବାସୀ ସମାଜର ସରକାରୀ କର୍ମଚାରୀଙ୍କୁ ଲଗା ଯାଇଥିବା କ୍ୟାଚ ଅପ୍ ନିୟମର ଉଚ୍ଛେଦ, କୁନ୍ଦୁଲି ଘଟଣାର ଉପଯୁକ୍ତ ତଦନ୍ତ, ନିଶାମୁକ୍ତ ଭାରତ ଆଦି ଦାବିରେ ଭାରତ ମୁକ୍ତି ମୋର୍ଚା ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଶପୁତ୍ତଳିକା ମଧ୍ୟ ଦାହ କରିଛି। ଭାରତ ମୁକ୍ତି ମୋର୍ଚାର ରାଜ୍ୟ ସଭାପତି ସରୋଜ କୁମାର ସେଠୀଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ରାମ ମନ୍ଦିର ଛକରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜିରେ ପହଞ୍ଚିଥିଲେ। ମୋର୍ଚାର ସହଯୋଗୀ ସଂଗଠନ ଭାରତୀୟ ବିଦ୍ୟାର୍ଥୀ ମୋର୍ଚା, ରାଷ୍ଟ୍ରୀୟ ଅତ୍ୟାଚାର ନିବାରଣ ବଳ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ରାଷ୍ଟ୍ରୀୟ ମୂଳନିବାସୀ ପଛୁଆ ବର୍ଗ ସଂଘ, ମୂଳ ନିବାସୀ ସମତା ପରିଷଦ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ବିକ୍ଷୋଭ ପ୍ରଦର୍ଶନ ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସୁବ୍ରତ କୁମାର ବେହେରା, ସଞ୍ଜୟ ଶବର, ଧୂଳେଶ୍ୱର ମାଣିଆ, କମଳିନୀ ଧଙ୍ଗଡ଼ା ମାଝୀ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।
ଭାରତ ମୁକ୍ତି ମୋର୍ଚା ପକ୍ଷରୁ ବିକ୍ଷୋଭ
/sambad/media/post_attachments/wp-content/uploads/2018/02/bharat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)